FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ନ୍ୟାସନାଲ ଡିଫେନସ ଏକାଡେମି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ

ନ୍ୟାସନାଲ ଡିଫେନସ ଏକାଡେମି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ

ନ୍ୟାସନାଲ ଡିଫେନସ ଏକାଡେମି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ବ୍ୟୁରୋ): ଭାରତୀୟ ସେନାରେ ସାମିଲ ହେଲେ ନାରୀ ଶକ୍ତି । ଖାଲି ପୁରୁଷ ନୁହେଁ ବରଂ ମହିଳାମାନେ ମଧ୍ୟ ସମ୍ଭାଳିବେ ଦେଶର ଭାର । ପୁରୁଷଙ୍କ ପରି ମହିଳା ମଧ୍ୟ ଦେଶ ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ଆଗେଇ ଆସୁଛନ୍ତି । ପ୍ରଥମ ଥର ଲାଗି ନ୍ୟାସନାଲ ଡିଫେନସ ଏକାଡେମି ବା ଏନଡିଏରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ । ଗତ ନଭେମ୍ବର ୧୪ରେ ଅନୁଷ୍ଠିତ କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସି ପରୀକ୍ଷାରେ ମହିଳା ପ୍ରାର୍ଥୀ ଏହି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ସର୍ଭିସ ସିଲେକ୍ସନ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବା ସହ ସେମାନଙ୍କର ମେଡିକାଲ ଟେଷ୍ଟ କରାଯିବ । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଆସନ୍ତାବର୍ଷର ଏନଡିଏ କୋର୍ସ ପାଇଁ ମନୋନୀତ କରାଯିବ । ପ୍ରଥମ ପର‌୍ୟ୍ୟାୟରେ ୨୦ ଜଣ ମହିଳାଙ୍କୁ ସେନା, ନୌସେନା ଓ ଭାରତୀୟ ବାୟୁସେନାରେ ଅଫିସର ଭାବେ ନିଯୁକ୍ତି ଦିଆଯିବ । ସେଥିରୁ ସର୍ବାଧିକ ୧୦ ଜଣଙ୍କୁ ସେନାରେ ସାମିଲ କରାଯିବ । ଆସନ୍ତାବର୍ଷ ଏନଡିଏ ମୋଟ ୪୦୦ କ୍ୟାଡେଟଙ୍କୁ ଗ୍ରହଣ କରିବ ଏବଂ ସେମାନଙ୍କ ମଧ୍ୟରୁ କେବଳ ସେନାରେ ୨୦୮ କ୍ୟାଡେଟଙ୍କୁ ସାମିଲ କରାଯିବ । ଏହି ୨୦୮ କ୍ୟାଡେଟଙ୍କ ଭିତରେ ୧୦ ଜଣ ମହିଳାଙ୍କୁ ସୁଯୋଗ ଦିଆଯିବ । ସେହିପରି ନୌସେନାରେ ୪୨ କ୍ୟାଡେଟଙ୍କୁ ଗ୍ରହଣ କରାଯିବ । ଯେଉଁଥିରେ ୩ ଜଣ ରହିବେ ମହିଳା କ୍ୟାଡେଟ । ବାୟୁସେନାରେ ୧୨୦ କ୍ୟାଡେଟଙ୍କୁ ସାମିଲ କରାଯିବ, ଯେଉଁଥିରେ ମହିଳା କ୍ୟାଡେଟ ରହିବେ ୬ ଜଣ । ଏନଡିଏରେ ସାମିଲ ହେବାଲାଗି ମୋଟ ୫ ଲକ୍ଷ ୭୫ ହଜାର ୮୫୬ ପ୍ରାର୍ଥୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୭୭ ହଜାର ୬୫୪ । ପରିବର୍ତ୍ତିତ ନିୟମ ଅନୁସାରେ ମହିଳା ଇନଷ୍ଟ୍ରକ୍ଟର, ଡାକ୍ତର, ଗାଏନେକୋଲୋଜିଷ୍ଟ ଓ ଅନ୍ୟାନ୍ୟ ଷ୍ଟାଫଙ୍କୁ ପ୍ରଥମଥର ଲାଗି ନିଯୁକ୍ତି ଦିଆଯିବ । ଦେଶ ସେବାରେ ମହିଳାଙ୍କ ଆଗ୍ରହ ଦେଖି ବିଭିନ୍ନ ମାହୋଲରେ ତାଙ୍‌କ ପ୍ରଶଂସା କରିବା ସହ ଉତ୍ସାହିତ ମଧ୍ୟ କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts