- Home
- »
- Breaking News
- »
- ଟ୍ୱିଟରରେ ନୂଆ ସିଇଓ ହେବେ ଭାରତୀୟ ପୁଅ ପରାଗ ଅଗ୍ରୱାଲ
ଟ୍ୱିଟରରେ ନୂଆ ସିଇଓ ହେବେ ଭାରତୀୟ ପୁଅ ପରାଗ ଅଗ୍ରୱାଲ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପୁଣି ଚମକିଲେ ଭାରତୀୟ ପୁଅ । ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର ସିଇଓ ଭାରତ ସମ୍ବାଳିବେ ଭାରତୀୟ ପୁଅ ପରାଗ ଅଗ୍ରୱାଲ୍ । ପୂର୍ବରୁ ସେ ସିଟିଓ ବା ଚିଫ୍ ଟେକ୍ନୋଲୋଜି ଅଫିସର୍ ଭାବରେ କାମ କରୁଥିବା ବେଳେ ଏବେ ତାଙ୍କୁ ସିଇଓ ପଦ ମିଳିଛି । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେକ ଡର୍ଶୀ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ତେବେ ତାଙ୍କ ସ୍ଥାନରେ ଭାରତରେ ଜନ୍ମିତ ପରାଗ ଅଗ୍ରୱାଲ ଟ୍ୱିଟରର ନୂତନ ସିଇଓ ଭାବେ ଦାୟିତ୍ବ ନେବେ । ଭାରତରେ ଜନ୍ମିତ ପରାଗ ବର୍ତ୍ତମାନ ଆମେରିକାରେ ଟ୍ବିଟରର ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି । ଆଇଆଇଟି ବମ୍ବେରୁ ଅଣ୍ଡର-ଗ୍ରାଜୁଏଟ ଶିକ୍ଷା ସମାପ୍ତ କରିଥିବାବେଳେ ପରବର୍ତ୍ତୀ ସମୟରେ ଆମେରିକାର ଷ୍ଟାନ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରୁ ଟେକ୍ନୋଲୋଜିରେ ଡକ୍ଟରେଟ ଉପାଧୀ ହାସଲ କରିଥିଲେ ପରାଗ । ୨୦୧୮ ମସିହାରୁ ପରାଗ ଟ୍ବିଟର ମୁଖ୍ୟ ବୈଷୟିକ ଅଧିକାରୀ ଭାବେ ଦାୟିତ୍ବରେ ରହିଆସିଛନ୍ତି । ତେବେ ଜେକ ଡର୍ଶୀ ଇସ୍ତଫା ପରେ ତାଙ୍କୁ ଏହି ମୁଖ୍ୟ ଦାୟିତ୍ବକୁ ପଦୋନ୍ନତି ମିଳିଛି । ତେବେ ପରାଗ ସିଇଓ ବନିବା ପରେ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛା ଦିଆଯାୁଛି । ଏହି ପରିପ୍ରେକ୍ଷୀରେ ଟେସଲାର ସିଇଓ ଏଲନ୍ ମସ୍କ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଭାରତୀୟ ପ୍ରତିଭାକୁ ଉତ୍ସାହିତ କରିବାକୁ ଯାଇ ସେ ପରାଗଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରିଛନ୍ତି । ଷ୍ଟ୍ରାଇପ୍ କମ୍ପାନୀର ସିଇଓ ଓ କୋ-ଫାଉଣ୍ଡର୍ ପାଟ୍ରିିକ୍ କଲିସନ୍ ଙ୍କ ଟୁଇଟ୍ ରେ ଏଲନ୍ ମସ୍କ ରିପ୍ଲାଏ ଦେଇ କହିଛନ୍ତି ଯେ, ଭାରତୀୟ ପ୍ରତିଭା ଦ୍ୱାରା ଆମେରିକାକୁ ଅନେକ ଫାଇଦା ହେବ ।