- Home
- »
- Breaking News
- »
- ଷ୍ଟାଡିୟମରେ ନାଚିଲେ ଏହି ଖେଳାଳୀ, ଫ୍ୟାନ୍ସମାନଙ୍କର ହେଲା ଆଶା ପୂରଣ
ଷ୍ଟାଡିୟମରେ ନାଚିଲେ ଏହି ଖେଳାଳୀ, ଫ୍ୟାନ୍ସମାନଙ୍କର ହେଲା ଆଶା ପୂରଣ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ସୋସିଆଲ ମିଡିଆରେ ବିରାଟ କୋହଲି ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ନିକଟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚରେ କୋହଲିଙ୍କ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି । ବହୁଦିନ ପରେ ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କଲେ କୋହଲି । ଷ୍ଟାଡିୟମରେ ନାଚି ପ୍ୟାନ୍ସ ମାନଙ୍କୁ ଖୁସୀ କରାଇଲେ । ଏହା ସେତେବେଳେ ହୋଇଥିଲା ଯେତେବେଳେ ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିଲା । ବିରାଟ ସ୍ଲିପରେ ଫିଲ୍ଡିଂ କରୁଥିଲେ । ବିରାଟଙ୍କୁ ଦେଖି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ବଲିଉଡ୍ ଫିଲ୍ମ ରାମ ଲକ୍ଷ୍ମଣର ଗୀତ ଓ୍ୱାନ୍ ଟୁ କା ଫୋର ଗାଇବାକୁ ଲାଗିଥିଲେ । ଏହାସହ କୋହଲିଙ୍କୁ ଡ୍ୟାନ୍ସ କରିବାକୁ ଅନୁରୋଧ କରିଥିଲେ । କୋହଲି ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିନଥିଲେ । ସେ ବି ଧୁମ୍ ନାଚିଥିଲେ । କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ କୋହଲିଙ୍କ ଡ୍ୟାନ୍ସର ପ୍ରଶଂସା ମଧ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ଟେଷ୍ଟରେ ଭାରତ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିଥିଲା । ଏହାସହ ସିରିଜକୁ ମଧ୍ୟ ୧-୦ରେ ଜିତି ନେଇଥିଲା ।