FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଯବାନଙ୍କ ସହ ଦଶହରା ପାଳିବେ ରାଷ୍ଟ୍ରପତି

ଯବାନଙ୍କ ସହ ଦଶହରା ପାଳିବେ ରାଷ୍ଟ୍ରପତି

ଯବାନଙ୍କ ସହ ଦଶହରା ପାଳିବେ ରାଷ୍ଟ୍ରପତି
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଯବାନଙ୍କ ସହ ଦଶହରା ପାଳିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ କମ୍ମୁକଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଆଜି ସେଠାରେ ସେ ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେଠାକାର ଅଧିକାରୀ ଏବଂ ଯବାନଙ୍କ ସହ ଦଶହରା ପାଳନ କରିବେ । ଖବର ଅନୁଯାୟୀ, “ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଲଦାଖ ଏବଂ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି।” ଏବଂ ଏହା ପୂର୍ବରୁ ଲେହର ସିନ୍ଧୁ ଘାଟରେ ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସିନ୍ଧୁ ଦର୍ଶନ ପୂଜା କରିଥିଲେ ଏବଂ ଉଦାମପୁରର ଯବାନଙ୍କ ସହିତ ମଧ୍ୟ ଭେଟିଥିଲେ । ଏହାସହିତ ଦଶହରା ଉପଲକ୍ଷେ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ” ବିଜୟା ଦଶମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଦଶହରା ଖରାପ ଉପରେ ଭଲର ବିଜୟକୁ ଦର୍ଶାଇଥାଏ । ଉତ୍ତମତା ଏବଂ ଚାଲାକ୍ ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ । ଏହି ପର୍ବ ଦେଶବାସୀଙ୍କ ଜୀବନରେ ସମୃଦ୍ଧତା ଏବଂ ସୁଖ ଆଣିବ ବୋଲି ମୁଁ ଶୁଭ କାମନା କରୁଛି” ।

Leave a Reply

Your email address will not be published. Required fields are marked *

Related Posts