FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଦିପାବଳୀ ପାଇଁ ଜାରି ହେଲା ଏସଓପି

ଦିପାବଳୀ ପାଇଁ ଜାରି ହେଲା ଏସଓପି

ଦିପାବଳୀ ପାଇଁ ଜାରି ହେଲା ଏସଓପି
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ) : ଦଶହରା ପରେ ଆସୁଛି ଦିପାବଳୀ । ଦେଶରେ ବର୍ତ୍ତମାନ ଦୀପାବଳୀ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଯେଉଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ହାର ୫% ପ୍ରତିଶତ ଉପରକୁ ରହୁଛି ସେଠାରେ କୋଭିଡ କଟକଣାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି ।


ଦେଶରେ ବର୍ତ୍ତମାନ ଟିକାକରଣ ପ୍ରକ୍ରିୟା ୧୦୦କୋଟି ଟପିଥିବା ବେଳେ ଏବେ ପର୍ଯ୍ୟନ୍ତ ମଧ୍ୟ କରୋନା ଭୟ ଟଳି ନାହିଁ । ତେଣୁ କରି ସମ୍ପୂର୍ଣ୍ଣ ଟିକାକରଣ ନହେବା ଯାଏଁ ସର୍ତ୍ତକ ରହିବା ପାଇଁ ସରକାରଙ୍କ ତରଫରୁ କୁହାଯାଇଛି । ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟ୍, ଟିକାକରଣ ଓ କୋଭିଡ ନିମୟକୁ କଡାକଡି ଭାବେ ପାଳିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଏହାସହ ସମସ୍ତ ମଲ୍ ଓ ବ୍ୟବସାୟିକ ପେଣ୍ଠସ୍ଥଳିରେ ଯେପରି ଗହଳି ନହୁଏ ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Related Posts