FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଯୋଗୀ ସରକାରଙ୍କୁ ଷ୍ଟାଟର୍ସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଯୋଗୀ ସରକାରଙ୍କୁ ଷ୍ଟାଟର୍ସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଯୋଗୀ ସରକାରଙ୍କୁ ଷ୍ଟାଟର୍ସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ) ଲଖିମପୁର ଖେରି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ତରଫରୁ ରିପୋର୍ଟ ମିଳିବା ପରେ ଏନେଇ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ପ୍ରଧାନ ବିଚାରପତି ଏନଭି ରମଣ,ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଥିଲେ ଯେ, ଦୁଇ ଜଣ ଓକିଲ ତାଙ୍କୁ ଏହି ପ୍ରସଙ୍ଗକୁ ନେଇ ପତ୍ର ଲେଖିଥିଲେ । ପ୍ରଧାନ ବିଚାରପତି ଦୁଇ ଓକିଲଙ୍କୁ ଡାକିଥିବା ବେଳେ ଓକିଲ ଶିବ କୁମାର କହିଥିଲେ ଯେ,ସେଠାରେ ମାନବାଧିକାର ଉଲ୍ଲଂଘନ ହୋଇଛି ଓ ୟୁପି ସରକାର ଠିକ୍ ସମୟରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ୟୁପି ସରକାରଙ୍କ ଓକିଲଙ୍କୁ,ପୁରା ମାମଲାରେ ସରକାର କ\’ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରି ଥିଲେ । ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରିଛନ୍ତି ବୋଲି ୟୁପି ସରକାରଙ୍କ ଓକିଲ ଉତ୍ତର ରଖିଥିଲେ । ୟୁପି ସରକାରଙ୍କ ଓକିଲଙ୍କ ଉତ୍ତର ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଷ୍ଟାଟସ ରିପୋର୍ଟରେ କେତେ ଜଣଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଛି ଓ କେତେ ଜଣ ଗିରଫ ହୋଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିବାକୁ କୁହାଯାଇଛି । ସୁପ୍ରିମକୋର୍ଟ ୟୁପି ସରକାରଙ୍କ ପଚାରିଛନ୍ତି ଯେ, ୪ ଜଣ କୃଷକ,ଜଣେ ସମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କ ହତ୍ୟାହୋଇଛି । ଆମେ ଜାଣିବାକୁ ଚାହୁଁଛୁ ଯେ, ଏହି ମାମଲାରେ ଅଭିଯୁକ୍ତ କିଏ ଓ ତାଙ୍କୁ ଗିରଫ କରା ଗଲାଣି କି ନାହିଁ । ଏହା ସହିତ ସୁପ୍ରିମକୋର୍ଟ ଜଣେ ମୃତକ ଲଭପ୍ରିତଙ୍କ ରୁଗଣ ମା\’ଙ୍କ ଚିକିତ୍ସା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି । ଏନେଇ ୟୁପି ସରକାର ଆସନ୍ତାକାଲି ସର୍ବୋଚ୍ଚ ଅଦାଲତଙ୍କୁ ସୂଚିତ କରିବେ ।

Leave a Reply

Your email address will not be published. Required fields are marked *

Related Posts