FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଶୀତଦିନକୁ ଭୟ କରୁଛି ତାଲିବାନ

ଶୀତଦିନକୁ ଭୟ କରୁଛି ତାଲିବାନ

ଶୀତଦିନକୁ ଭୟ କରୁଛି ତାଲିବାନ
SHARE NOW :

ଆଫଗାନିସ୍ତାନ(ଲାଇଭ ଓଡିଶା ନ୍ୟୁଜ); ବନ୍ଧୁକ ମୁନରେ ଡରାଉଥିବା ତାଲିବାନ ଡରୁଛି ଶୀତଦିନକୁ । ଆଗକୁ ଶୀତଦିନ ଆସୁଥିବାରୁ ଏବେଠୁ ଶୀତକୁ ନେଇ ଭୟ କରୁଛି ତାଲିବାନ । ଆଫଗାନିସ୍ତାନରେ ଏଥର ଶୀତ ଅଧିକ ପଡିବାକୁ ନେଇ ଚିନ୍ତାରେ ତାଲିବାନ । ଗୋଟେପଟେ ଆଫଗାନିସ୍ତାନରେ ଦାରିଦ୍ର‌୍ୟତା ବୃଦ୍ଧି ହେଉଥିବା ବେଳେ ଆଗକୁ ଆସୁଥିବା ଏଭଳି ପରିସ୍ଥିତିକୁ କେମିତି ସାମ୍ନା କରିବ ବାଟ ପାଉନି ଆତଙ୍କବାଦୀ ସଙ୍ଗଠନ । ଏନେଇ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଗୁହାରି କରିଛି । ପ୍ରକୃତରେ ଆଫଗାନିସ୍ତାନରେ ପ୍ରବଳ ଶୀତ ହୋଇଥାଏ । ଏପରିକି ସେଠାକାର ତାପମାତ୍ରା ମାଇନସ୍ ଡିଗ୍ରୀ ତଳକୁ ଖସିଯାଏ । ଏଭଳି ସ୍ଥିତିରେ ଏବେ ତାଲିବାନ ପାଖରେ ଦେଶକୁ ଚଳାଇବା ପାଇଁ ସଂଶାଧନ ଏବଂ ଟଙ୍କାର ଅଭାବ ରହିଛି। ଆଫଗାନିସ୍ତାନ ତାଲିବାନକୁ କବଜାରେ ଆସିଲା ପରଠାରୁ ଆମେରିକା ଏବଂ ଆନ୍ତର୍ଜାତୀୟ ସମୁଦାୟ ଆଫଗାନିସ୍ତାନର ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି। ସେଥିପାଇଁ ସେ ଅନେକ ମାସ ଧରି ଚାଲିବାକୁ ଥିବା ଶୀତ ଋତୁରେ କିପରି ଜନସାଧାରଣଙ୍କୁ ପୋଷିବ ତାକୁ ନେଇ ଚିନ୍ତିତ। ତାଲିବାନ କବ୍ଜା କରିବା ପରେ ଆଫଗାନିସ୍ତାନ ଏକ ଆର୍ଥିକ ଏବଂ ମାନବିକ ସଙ୍କଟର ସମ୍ମୁଖୀନ ହୋଇଛି। ଏଠାରେ ଲୋକମାନଙ୍କ ପାଖରେ ନା ଖାଇବାକୁ ଖାଦ୍ୟ ଅଛି ନା ପିନ୍ଧିବାକୁ ପୋଷାକ। ବିଭିନ୍ନ ଅଞ୍ଚଳରେ ଅନାହାର ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ତାଲିବାନ ଶୀଘ୍ର ଅନ୍ତର୍ଜାତୀୟ ସମୁଦାୟକୁ ଆର୍ଥିକ ସହାୟତା ପାଇଁ ଗୁହାରି କରିଛି।ତାଲିବାନର ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ ସୁହେଲ ଶାହିନ୍, ଆଗକୁ ଶୀତ ଦିନ ଆସୁଥିବା ଦର୍ଶାଇ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆର୍ଥିକ ସହାୟତ କରିବା ପାଇଁ ଅପିଲ କରିଛନ୍ତି। ସୁହେଲ ଟ୍ୱିଟ୍ କରି କହିଛନ୍ତି, ‘ଶୀତ ପାଖେଇ ଆସୁଛି, ତେଣୁ ଅନ୍ତର୍ଜାତୀୟ ସମୁଦାୟ ଜରୁରୀକାଳୀନ ଭିତ୍ତିରେ ଆଫଗାନିସ୍ତାନ ପାଇଁ ସମସ୍ତ ଗରିବ, ଅସୁରକ୍ଷିତ ଲୋକଙ୍କ ପାଇଁ ଭର୍ଚୁଆଲ୍ ଜି -୨୦ ଶିଖର ସମ୍ମିଳନୀରେ ଅନ୍ୟ ଦେଶମାନେ ସହଯୋଗ କରନ୍ତୁ। ନିକଟରେ ଘୋଷଣା ହୋଇଥିବା ପ୍ରାୟ ଏକ ବିଲିୟନ ୟୁରୋ (ପ୍ରାୟ ଽ ୧.୨ ବିଲିୟନ) ସହାୟତା ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।’ ସେ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନ ସରକାର ଏଜେନ୍ସି ଓ ସରକାରୀ ସଙ୍ଗଠନ ମାଧ୍ୟମରେ ତଳସ୍ତରରେ ଲୋକଙ୍କୁ ସାହାଯ୍ୟ କରିବ। ୧୦ ବିଲିୟନ ସମ୍ପତ୍ତି ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା ଉଚିତ। ଏହାସହ ଦେଶରେ ବିଭିନ୍ନ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts