- Home
- »
- Breaking News
- »
- ଖୁବଶୀଘ୍ର ଯମୁନା ଏକ୍ସପ୍ରେସ ୱେର ହେବ ନାମ ପରିବର୍ତ୍ତନ….
ଖୁବଶୀଘ୍ର ଯମୁନା ଏକ୍ସପ୍ରେସ ୱେର ହେବ ନାମ ପରିବର୍ତ୍ତନ….

SHARE NOW :
ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି ଯମୁନା ଏକ୍ସପ୍ରେସ ୱେର ନାମ । ଏନେଇ ଯୋଜନା କରୁଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୁଇ ଦିନ ପରେ ଅର୍ଥାତ୍ ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରେଟର ନୋଏଡାକୁ ଜୁଆର ବିମାନବନ୍ଦରର ଭୁମି ପୂଜନ କରିବା ପାଇଁ ଆସୁଛନ୍ତି। ଏହି ସମୟରେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଯମୁନା ଏକ୍ସପ୍ରେସ ୱେ ନାମକରଣ ପାଇଁ ଏକ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଭାଜପାର କେତେକ ବରିଷ୍ଠ ନେତା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ନିଷ୍ପତ୍ତି ନିଆଯାଉଛି ଯାହା ଦ୍ୱାରା ଭାରତର ସର୍ବଶ୍ରେଷ୍ଠ ତଥା ଲୋକପ୍ରିୟ ନେତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇପାରିବ। ତେବେ ଏହି ଯୋଜନା ମାଧ୍ୟମରେ ବିଜେପି ଆଗକୁ ଆସୁଥିବା ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁ କରୁଛି ବୋଲି ଆଲୋଚନା କରାଯାଉଛି । ଏହିଭଳି ଭାବେ ସେ ଭୋଟରମାନଙ୍କ ମନ ଜିତି ସେମାନ୍ଙକ ଭୋଟ ହାତେଇବାକୁ ଯୋଜନା କରୁଛି ବୋଲି ଚର୍ଚ୍ଚା ଜୋର ଧରୁଛି ।