- Home
- »
- Breaking News
- »
- ଦେଶରେ ନୂଆ ୧୦,୪୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୩ ମୃତ
ଦେଶରେ ନୂଆ ୧୦,୪୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୩ ମୃତ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦେଶରେ କରୋନା ସଂକ୍ରମଣ ନିମ୍ନଗାମୀ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୦୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୪୪୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୨ ଲକ୍ଷ ୯୬ ହଜାର ୨୩୭ରେ ପହଁଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୮ ହଜାର ୮୮୦ରେ ପହଞ୍ଚିଛି । ଏବେ ଦେଶରେ ୧୫୩୭୭୬ ସକ୍ରିୟ ମାମଲା ରହିଛି । ସେହିପରି ୩୩୬୮୩୫୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।