FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ଦେଶରେ ଲୋକସଭା ଓ ବିଧାନସଭା ସିଟ ପାଇଁ ହେବ ଉପନିର୍ବାଚନ

ଆଜି ଦେଶରେ ଲୋକସଭା ଓ ବିଧାନସଭା ସିଟ ପାଇଁ ହେବ ଉପନିର୍ବାଚନ

ଆଜି ଦେଶରେ ଲୋକସଭା ଓ ବିଧାନସଭା ସିଟ ପାଇଁ ହେବ ଉପନିର୍ବାଚନ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ଦେଶରେ କୋଭିଡ କଟକଣା ମଧ୍ୟରେ ୩ଟି ଲୋକସଭା ଓ ୨୯ଟି ବିଧାନସଭା ସିଟ ପାଇଁ ଉପନିର୍ବାଚନ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକସଭା ଆସନରେ ଦାଦ୍ରା ଏବଂ ନଗର ହାବେଳୀ, ହିମାଚଳ ପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଠାରେ ଉପନିର୍ବାଚନ ହେବ। ସେହିଭଳି ୨୯ ବିଧାନସଭା ସିଟ୍ରୁ ଆସାମରେ ୫, ପଶ୍ଚିମବଙ୍ଗରେ ୪, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ୩ଟି ଲେଖାଏଁ ଆସନ, ବିହାର, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଦୁଇଟି ଲେଖାଏଁ ସିଟ୍, ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ । ଭୋଟ ଗଣନା ନଭେମ୍ବର ୨ ତାରିଖରେ ହେବ। ୩ଟି ଲୋକସଭା ଆସନରେ ସଦସ୍ୟଙ୍କ ନିଧନ ଯୋଗୁଁ, ବିଧାନସଭା ସିଟ୍ରେ ବିଧାୟକଙ୍କ ମୃତ୍ୟୁ ଏବଂ ବିଜୟୀ ପ୍ରାର୍ଥୀ ଦଳ ବଦଳ କରିବା ପରେ ଇସ୍ତଫା ଦେଇଥିବାରୁ ଆସନ ଖାଲି ପଡ଼ିଛି ।

Leave a Reply

Your email address will not be published. Required fields are marked *

Related Posts