FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମୁମ୍ବାଇ ଆକ୍ରମଣକୁ ପୁରିଲା ୧୩ବର୍ଷ

ମୁମ୍ବାଇ ଆକ୍ରମଣକୁ ପୁରିଲା ୧୩ବର୍ଷ

ମୁମ୍ବାଇ ଆକ୍ରମଣକୁ ପୁରିଲା ୧୩ବର୍ଷ
SHARE NOW :

(ଲାଇଭ ଓଡିଶା ବ୍ୟୁରୋ): ଆଜିର ଦିନ ଥିଲା ଏକ ଭୟଙ୍କର ଦିନ । ଆଜିର ଦିନରେ ଦେଶର ଆର୍ଥିକ ରାଜଧାନୀରେ ଆତଙ୍କବାଦୀମାନେ ରଚିଥିଲେ ଏକ ଭୟଙ୍କର ତାଣ୍ଡବ । ମାୟାନଗରୀକୁ ଆତଙ୍କବାଦୀ ବନାଇଥିଲେ ଶ୍ମଶାନଘାଟ । ଚାରିଆଡେ ଆତଙ୍କର ଭୟ ଆଉ ଭୁଇଁରେ ମରି ପଡିଥିଲା ଶହ ଶହ ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଂଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ଆତଙ୍କରାଜ । ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇର ଘଟିଥିବା ସେହି ଆକ୍ରମଣକୁ ଭୁଲିପାରିବେନି ଭାରତୀୟମାନେ । ଆଜିର ଦିନରେ ମୁମ୍ବାଇ ରେଆତଙ୍କବାଦୀ ଦ୍ୱାରା ଘଟିଥିବା ଆକ୍ରମଣକୁ ପୂରିଛି ୧୩ ବର୍ଷ । ଅନ୍ୟ ଦିନ ଭଳି ସେହିଦିନ ମଧ୍ୟ ସନ୍ଧ୍ୟାରେ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଅଚାନକ ସହରର ଶୁଣିବାକୁ ମିଳିଥିଲା ଗୁଳିର ଶବ୍ଦ । କାହାରିକୁ ଜଣା ନଥିଲା କେଉଁଠାରୁ ଗୁଳିର ଶବ୍ଦ ବାହାରୁଛି। ଛତ୍ରପତି ଶିବାଜୀ ଟର୍ମିନସରେ ଯାତ୍ରୀମାନଙ୍କୁ ଜଣା ନଥିଲା ଯେ, ଷ୍ଟେସନରେ ଏଭଳି କାଣ୍ଡ ହୋଇପାରିବ। ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଆଉ ସବୁଦିନ ପାଇଁ ଶେଷ ହୋଇଯାଇଥିଲା ୫୮ ନୀରିହ ଲୋକଙ୍କ ଜୀବନ । ଆତଙ୍କବାଦୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣକୁ ଅଞ୍ଜାମ ଦେଇଥିଲେ ।ଛତ୍ରପତି ଶିବାଜୀ ଟର୍ମିନସ ବ୍ୟତୀତ ଆତଙ୍କବାଦୀମାନେ ତାଜ ହୋଟେଲ, ହୋଟେଲ ଓବେରାୟ, ଲିୟୋପୋଲ୍ଡ, କାମା ହସ୍ପିଟାଲ ଓ ଦକ୍ଷିଣ ମୁମ୍ବାଇର କିଛି ସ୍ଥାନରେ ମଧ୍ୟ ଆକ୍ରମଣ କରିଥିଲେ। ବିଳମ୍ବିତ ରାତି ଯାଏଁ ଆତଙ୍କବାଦୀମାନେ ତାଣ୍ଡବ ରଚିଥିଲେ। ସେଦିନି ଆତଙ୍କବାଦୀମାନେ ତାଜ ହୋଟେଲକୁ ଟାର୍ଗେଟ କରିଥିଲେ। ଅତିଥିଙ୍କୁ ବନ୍ଧକ ରଖିଥିଲେ। ଏଥିରେ ୭ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ। ମୁମ୍ବାଇ ଆକ୍ରମଣରେ ମୋଟ ୧୩୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଥିବା ଖବର ପାଇ ଏନଏସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ । ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା । ଏହା ପୂର୍ବରୁ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।

Leave a Reply

Your email address will not be published. Required fields are marked *

Related Posts