FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ୫୮୧ବର୍ଷ ପରେ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ୫୮୧ବର୍ଷ ପରେ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ୫୮୧ବର୍ଷ ପରେ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ୫୮୧ ବର୍ଷପରେ ଆଜି ଦେଖିବାକୁ ମିଳିବ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ । ଆଜି ହେଉଛି ବର୍ଷର ଦ୍ୱିତୀୟ ଓ ଶେଷ ଚନ୍ଦ୍ରଗ୍ରହଣ । ଭାରତରେ ଏହା ଦୃଶ୍ୟମାନ ହେବାକୁ ନଥିବା ବେଳେ ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ୫୮୧ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସମୟ ଧରି ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ପ୍ରାୟ ୩ଘଣ୍ଟା ୨୮ ମିନିଟ ୨୪ ସେକେଣ୍ଡ ଧରି ଚାଲିବ । ଭାରତୀୟ ସମୟ ଦିନ ୧୧ଟା ୩୨ରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ । ଏହି ସମୟରେ ପୃଥିବୀର ଉପଛାୟାରେ ପ୍ରବେଶ କରିବ ଚନ୍ଦ୍ର । ସେଦିପରି ଦିନ ୧୨ଟା ୪୮ ମିନିଟରେ ପୃଥିବୀର ଛାୟାରେ ଚନ୍ଦ୍ର ପ୍ରବେଶ କରିବ । ଅପରାହ୍ଣ ୨ଟା ୩୨ମିନିଟ୍ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ । ଅପରାହ୍ଣ ୪ଟା ୧୭ରେ ପୃଥିବୀର ଛାୟାରୁ ବାହାରିବା ଆରମ୍ଭ କରିବ ଚନ୍ଦ୍ର । ୧୪୪୦ ମସିହା ଫେବ୍ରୁଆରୀ ୧୮ ତାରିଖରେ ଶେଷ ଥର ଲମ୍ବା ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Related Posts