FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ଉତ୍ତରପ୍ରଦେଶର ପଞ୍ଚମ ବୃହତ ବିମାନବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଉତ୍ତରପ୍ରଦେଶର ପଞ୍ଚମ ବୃହତ ବିମାନବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଉତ୍ତରପ୍ରଦେଶର ପଞ୍ଚମ ବୃହତ ବିମାନବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ଦେଶର ସବୁଠାରୁ ବୃହତ ବିମାନବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧ଟାରେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡ଼ା ଅନ୍ତରଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ ହେବ । । ରାଜ୍ୟରେ ଏହା ପଞ୍ଚମ ବିମାନ ବନ୍ଦର ହେବ । ୨୦୨୪ସୁଦ୍ଧା ଏହି ବିମାନ ବନ୍ଦର କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବିମାନବନ୍ଦର ହେବା ପରେ ଉତ୍ତରପ୍ରଦେଶ ଦେଶର ଏକମାତ୍ର ରାଜ୍ୟ ହେବ ଯେଉଁଠି ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର କାର‌୍ୟ୍ୟକ୍ଷମ ହେବ । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନିର୍ମାଣ ଲାଗି ୮ହଜାର ୯୧୪କୋଟି ଟଙ୍କା ବ୍ୟୟବରାଦ ରହିଛି । ୧୩ଶହ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ହେବ ବିମାନବନ୍ଦର । ପ୍ରତିବର୍ଷ ୧କୋଟି ଯାତ୍ରୀ ଉପକୃତ ହେବେ । ଯୋଗୀ ସରକାର ଏହାକୁ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ ବୋଲି କହିଛନ୍ତି । ଏହାରୋଜଗାର କ୍ଷମତା ବଢ଼ାଇବାରେ ସହାୟକ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ କହିଛନ୍ତି । ତେବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ଓ ଦୁରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts