FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଟୋକିଓ ଅଲମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ମହିଳା ହକି ଟିମ୍ : ସେମିଫାଇନାଲକୁ ପ୍ରବେଶ

ଟୋକିଓ ଅଲମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ମହିଳା ହକି ଟିମ୍ : ସେମିଫାଇନାଲକୁ ପ୍ରବେଶ

ଟୋକିଓ ଅଲମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ମହିଳା ହକି ଟିମ୍ : ସେମିଫାଇନାଲକୁ ପ୍ରବେଶ
SHARE NOW :

ଟୋକିଓ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କରିଛି।ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମିରେ ପ୍ରବେଶ କରିଛି। ଖେଳ ଚାଲିବାର ୨୨ ମିନିଟର ଭାରତୀୟ ଦଳର ଗୁରଜିତ୍ କୌର୍‌ ଅଷ୍ଟ୍ରେଲିଆ ଦଳକୁ ପ୍ରଥମ ଗୋଲ୍‌ ଦେଇଥିଲେ । ପେନାଲ୍ଟିକ୍‌ କର୍ଣ୍ଣର୍ ଜରିଆରେ ଗୁରଜିତ୍ ଗୋଲ୍‌ ଦେବାରେ ସଫଳ ହୋଇଥିଲେ । ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସ ସେମିରେ ପ୍ରବେଶ କରିଛି।

ଅଲିମ୍ପିକ୍ସରେ ସେମିରେ ପ୍ରବେଶ ପରେ ମହିଳା ହକି ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts