- Home
- »
- Breaking News
- »
- ତ୍ରିପୁରାରେ ବଢୁଛି ଉତ୍ତେଜନା
ତ୍ରିପୁରାରେ ବଢୁଛି ଉତ୍ତେଜନା

SHARE NOW :
(ଲାଇଭ ଓଡିଶା ନ୍ୟୁଜ): ଦିନକୁ ଦିନ ଧର୍ମକୁ ନେଇ ଉଠୁଛି ପ୍ରଶ୍ନବାଚୀ । ଗତକିଛି ଦିନ ଧରି ହିଂସାର ନିଆଁରେ ଜଳୁଛନ୍ତି କିଛି ସଂଗଠନ । ତ୍ରିପୁରାରେ ଧର୍ମକୁ ନେଇ ହୋଇଥିବା ହିଂସାର ନିଆର୍ ଏପର୍ଯ୍ୟନ୍ତ ଶାନ୍ତ ହେବା ଭଳି ମନେ ହେଉନାହିଁ । ହିନ୍ଦୁ ଓ ମୁସଲମାନ ଭିତରେ ଦେଖିବାକୁ ମିଳିଛି ବିଦ୍ରୋହ । ଶୁକ୍ରବାର ମହାରାଷ୍ଟ୍ରର ଅମରାବତୀ, ନନ୍ଦେଡ ଓ ମାଲେଗାଓଁରେ ମୁସଲମାନ ସଂଗଠନଗୁଡିକର ବିରୋଧ ପ୍ରଦର୍ଶନ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶୁକ୍ରବାର ଦିନ ମୁସଲମାନ ସଂଗଠନ ବିରୋଧ ପ୍ରଦର୍ଶନ ପରେ ଆଜି ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଥିଲା । ହିନ୍ଦୁ ସଂଗଠନ ବନ୍ଦ ଡାକରାରେ ଦୋକାନ ଉପରକୁ ପଥର ମାଡ କରିଥିଲେ । ବନ୍ଦ ଡାକରାରେ ବିକ୍ଷୋଭକାରୀମାନେ ଉତ୍ତେଜନା ସୃଷ୍ଟି କରିଥିଲେ । ପ୍ରଦର୍ଶନକାରୀଙ୍କ ରୋକିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଏଥିସହ ଅମରାବତୀରେ ୧୪୪ ଧାରା ଲଗାଇବାକୁ ପଡ଼ିଥିଲା । ପାଞ୍ଚଟି ଜିଲ୍ଲାରେ ଏହି ବନ୍ଦ ସମୟରେ ପଥର ଫିଙ୍ଗିବା ଘଟଣାରେ ପୋଲିସ୍ ଅତିକମରେ ୨୦ଟି ମାମଲା ରୁଜୁ କରିବା ସହ ୨୦ ଲୋକଙ୍କୁ ଗିରଫ ମଧ୍ୟ କରିଛି । ସୂଚନା ଅନୁସାରେ ମହାରାଷ୍ଟ୍ର ଅମରାବତୀ ସହରରେ ଏକ ହିନ୍ଦୁ ସଂଗଠନ ଦ୍ବାରା ଆୟୋଜିତ ଏକ ବନ୍ଦ ଦ୍ବାରା ପ୍ରଦର୍ଶନକାରୀ ବିଭିନ୍ନ ଦୋକାନ ଉପରେ ପଥର ମାଡ କରି ଭାଙ୍ଗି ଥିଲେ । ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ବିରୋଧ କରି ଅମରାବତୀ ସହରରେ ଶୁକ୍ରବାର ମୁସଲମାନ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିବା ରାଲିରେ ପଥର ମାଡ ଘଟଣା ପରେ ଆଜି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ସମୟରେ ଏଭଳି ଘଟଣା ଘଟିଛି ।