FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମହଙ୍ଗା ମାଡରେ ସାମିଲ ହେଲା ଟିଭି ଦେଖା

ମହଙ୍ଗା ମାଡରେ ସାମିଲ ହେଲା ଟିଭି ଦେଖା

ମହଙ୍ଗା ମାଡରେ ସାମିଲ ହେଲା ଟିଭି ଦେଖା
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ) : ପେଟ୍ରୋଲ-ଡିଜେଲ ଓ ଖାଉଟି ଦର ବୃଦ୍ଧି ହେତୁ ସାଧାରଣରେ ଅନେକ ସମସ୍ୟା ଦେଖାଦେଉଛି । ହେଲେ ଏବେ ଏହାଭିତରେ ଯୋଡି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ବର୍ତ୍ତମାନ ଟିଭି ଦେଖିବା ପାଇଁ ଆମଉମାନଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । କାରଣ ଆସନ୍ତା ଡିସେମ୍ବର ପହିଲାଠାରୁ ଟିଭି ଚ୍ୟାନେଲ ପ୍ରସାରଣକାରୀମାନେ କିଛି ମନୋନୀତ ଚ୍ୟାନେଲର ମୁଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ଯାହା ଫଳରେ ଏବେ ଟିଭି ଦେଖିବା ମଧ୍ୟ ହେବ ମହଙ୍ଗା । ଦେଶର ପ୍ରମୁଖ ପ୍ରସାରଣ ନେଟୱାର୍କ ଜୀ, ଷ୍ଟାର, ସୋନୀ, ଭାଏକମ୍ ୧୮ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ର ପ୍ରସ୍ତାବିତ ବୁକେ ତାଲିକାରୁ ସେମାନଙ୍କ କିଛି ଚ୍ୟାନେଲକୁ ବାଦ୍ ଦେଇଛନ୍ତି।

ଷ୍ଟାରପ୍ଲସ୍, କଲର୍ସ, ସୋନୀ ଏବଂ ଜୀ ଭଳି ଚ୍ୟାନେଲଗୁଡିକ ପାଇଁ ଦର୍ଶକଙ୍କୁ ପୂର୍ବ ତୁଳନାରେ ୩୫ ରୁ ୫୦ ପ୍ରତିଶତ ଅର୍ଥ ଅଧିକ ଦେବାକୁ ପଡିବ । ବର୍ତ୍ତମାନ ଏହି ଚ୍ୟାନେଲଗୁଡିକର ହାରାହାରି ମୂଲ୍ୟ ମାସକୁ ୪୯ ଟଙ୍କା, ଯାହାକୁ ମାସକୁ ୬୯ ଟଙ୍କାକୁ ବୃଦ୍ଧି କରାଯାଇପାରିବ। ସେହିଭଳି ସୋନୀ ପାଇଁ ଗ୍ରାହକଙ୍କୁ ୩୯ ଟଙ୍କା ବଦଳରେ ମାସକୁ ୭୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅପରପକ୍ଷେ ଜୀ ଟିଭି ପାଇଁ ୩୯ ଟଙ୍କା ବଦଳରେ ୪୯ ଟଙ୍କା ଏବଂ ଭାୟାକମ୍ ୧୮ ଚ୍ୟାନେଲ ପାଇଁ ମାସିକ ୨୫ ଟଙ୍କା ବଦଳରେ ୩୯ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନୂଆ ଟାରିଫ୍ ବା ଶୁକ୍ଳ ଅର୍ଡର ଲାଗୁ କରାଯିବା ହେତୁ ଗ୍ରାହକଙ୍କ ଲାଗି ଟିଭି ଦେଖିବା ମହଙ୍ଗା ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *

Related Posts