FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ସହିଦ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ସହିଦ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ସହିଦ
SHARE NOW :

ଜମ୍ମୁକଶ୍ମୀର(ଲାଇଭ ଓଡିଶା ନ୍ୟୁଜ): ଏଲଓସି ନିକଟରେ ବିସ୍ଫୋରଣ । ୨ ଯବାନ ନିହତ ସୂଚନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜମ୍ମୁକଶ୍ମୀର ରାଜୌରୀ ନିକଟରେ । ମୃତ ୨ ଯବାନ ହେଲେ ଲେପ୍ଟନାଣ୍ଟ ଋଷି କୁମାର ଓ ସିପାହୀ ମଂଜିତ ସିଂହ। ଯେଉଁ ଅଂଚଳରେ ଏହି ବିସ୍ଫୋରଣ ହୋଇଛି, ସେନାର ଯବାନ ମାନଙ୍କ ଦ୍ବାରା ଲ୍ୟାଣ୍ଡମାଇନ ପୋତା ଯାଇଥିଲା। କାଉଣ୍ଟର ଇନଫିଲଟ୍ରାଶନ ଆରେଜମେଣ୍ଟ ଅଧିନରେ ସେନା ଏହି କାମ କରିଥିଲା। ବିସ୍ଫୋରଣର ସାମ୍ନା କରିବା ପରେ ଆହତ ୨ ଯବାନଙ୍କୁ ନିକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨ ଯବାନଙ୍କୁ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ନୌସେରା ସେକ୍ଟର ହେଉଛି ଜମୁ କଶ୍ମୀରର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସ୍ଥାନ। ଏହି ଅଂଚଳରେ ଗତ ୩ ସପ୍ତାହ ହେଲା ସେନାର ଯବାନମାନେ ଅପରେଶନରେ ନିୟୋଜିତ ଅଛନ୍ତି।

Leave a Reply

Your email address will not be published. Required fields are marked *

Related Posts