FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ସାବଧାନ, ପିଆଜ ଦ୍ୱାରା ବ୍ୟାପୁଛି ଅଜଣା ରୋଗ

ସାବଧାନ, ପିଆଜ ଦ୍ୱାରା ବ୍ୟାପୁଛି ଅଜଣା ରୋଗ

ସାବଧାନ, ପିଆଜ ଦ୍ୱାରା ବ୍ୟାପୁଛି ଅଜଣା ରୋଗ
SHARE NOW :


ଲାଇଭ ଓଡିଶା ବ୍ୟୁରୋ: ଆମେରିକାରେ ବ୍ୟାପୁଛି ଅଜଣା ରୋଗ । ମହାମାରୀ କରୋନା ପରେ ଏବେ ପିଆଜ ଖାଇ ଅସୁସ୍ଥ ହୋଇପଡିଲେଣି ଶହ ଶହ ଲୋକ । ଦେଶର ପାଖାପାଖି ୩୭ଟି ରାଜ୍ୟର ଶହ ଶହ ଲୋକ ଏହି ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଏନେଇ ଆମେରିକାର ପ୍ରଶାସନ ଏବେ ତତ୍ପର ହୋଇଉଠିଛି । ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରି କୁହାଯାଇଛି କି ନାଲି, ହଳିଦିଆ ଓ ଧଳା ରଙ୍ଗର ପିଆଜ ଖାଇବାରୁ ନିବୃତ୍ତ ରୁହନ୍ତୁ ଓ ଯେଉଁଠି ବି ଏଭଳି ପିଆଜର ଷ୍ଟକ ରହିଛି ତାକୁ ତୁରନ୍ତ ନଷ୍ଟ କରିଦିଅନ୍ତୁ । ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ର (ସିଡିସି) ପକ୍ଷରୁ କୁହାଯାଇଛି କି ଦେଶରେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ଉପରେ ଯାଂଚ ଆରମ୍ଭ ହୋଇଛି ।

ଦେଶର ଚିହୁଆହୁଆରୁ ଆମଦାନୀ ହୋଇଥିବା ପିଆଜରେ ଏହି ଭୂତାଣୁ ମିଳିଛି । ରିପୋର୍ଟ ମୁତାବକ ଏପର୍ଯ୍ୟନ୍ତ ଏଭଳି ପିଆଜ ଖାଇ ଆମେରିକାର ୩୭ ଟି ରାଜ୍ୟରେ ୬୫୨ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୨୯ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଏହି ଭୂତାଣୁ ସଂକ୍ରମଣରେ କାହାରି ମୃତ୍ୟୁ ହୋଇନାହିଁ । ଏହି ଭୁତାଣୁ ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ସିଡିସି ପକ୍ଷରୁ ଚିହୁଆହୁଆରୁ ଆମଦାନୀ ହେଉଥିବା ପିଆଜ ଖାଇବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts