FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ଇସ୍ତଫା

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ଇସ୍ତଫା

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ଇସ୍ତଫା
SHARE NOW :

ଉତରାଖଣ୍ଡ(ଲାଇଭ ଓଡ଼ିଶା ନ୍ୟୁଜ):ଗତକାଲି ବିଳମ୍ବିତ ରାତିରେ ରାଜ୍ୟପାଳଙ୍କୁ ଭେଟି ତୀରଥ ସିଂ ରାୱତ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଆଜି ଉତ୍ତରାଖଣ୍ଡରେ ବିଧାୟକ ଦଳ ବୈଠକ ବସିବ ଓ ସେଠାରେ ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ କିଏ ହେବେ ତା’ ଉପରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନର ସ୍ଥିତିକୁ ଦେଖି ବିଧାନସଭା ନିର୍ବାଚନ ପୂର୍ବରୁ ଏତେ କମ୍‌ ସମୟ ଥିବା ବେଳେ ଏବେ ଉପ-ନିର୍ବାଚନ କିଛି ଗୁରୁତ୍ବ ରଖୁନି । ତେଣୁ ଏଭଳି ସ୍ଥିତିରେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟ ମନ୍ତ୍ରୀ ପଦରୁ ହଟାଇ ବିଧାୟକ ଥିବା କୌଣସି ଟାଣୁଆ ଓ ଲୋକପ୍ରିୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଯୋଜନା ଚାଲିଥିବା ଜଣାପଡ଼ିଛି ।

ଗତ ମାର୍ଚ୍ଚ ମାସରେ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ତୀରଥ ସିଂହ ରାୱତଙ୍କୁ ମୁଖ୍ୟ ମନ୍ତ୍ରୀ କରିଥିଲା ବିଜେପି । ସାଂସଦ ଥିବା ତୀରଥ୍ କେନ୍ଦ୍ରୀୟ ନେତୃତ୍ବର ନିର୍ଦ୍ଦେଶରେ ଡେରାଡୁନରେ ରାଜ୍ୟ ଶାସନର ଭାର ସମ୍ଭାଳିଥିଲେ । ଲୋକ ପ୍ରତିନିଧି ଆଇନର ଧାରା ୧୫୧ ଅନୁୟାୟୀ ଛଅ ମାସ ଭିତରେ ଉପ-ନିର୍ବାଚନରେ ସେ ବିଧାନସଭାକୁ ନିର୍ବାଚିତ ହେବା କଥା । କିନ୍ତୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ତାଙ୍କର ଛଅ ମାସ ଅବଧି ପୂରି ଯାଉଥିବାରୁ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଲା ।

Leave a Reply

Your email address will not be published. Required fields are marked *

Related Posts