- Home
- »
- Breaking News
- »
- ଯାନବାହନ ‘ସ୍କ୍ରାପିଙ୍ଗ୍ ନୀତି’ ସମ୍ବନ୍ଧୀୟ ବିଜ୍ଞପ୍ତି ଜାରି
ଯାନବାହନ ‘ସ୍କ୍ରାପିଙ୍ଗ୍ ନୀତି’ ସମ୍ବନ୍ଧୀୟ ବିଜ୍ଞପ୍ତି ଜାରି

SHARE NOW :
ନୂଆଦିଳ୍ଲୀ(ଲାଇଭ ଓଡିଶା ନ୍ୟୁଜ): ହଟିବନି ପୁରୁଣା ଗାଡି । ଏନେଇ ସରକାର ଜାରି କଲେ ନୂଆ ବିଜ୍ଞପ୍ତି । ପୁରୁଣା ଓ ପ୍ରଦୂଷଣ ସୃଷ୍ଟିକାରୀ ଯାନବାହନ କବଳରୁ ମୁକ୍ତି ଦେବାକୁ ଗାଡ଼ି ମାଲିକମାନଙ୍କ ସକାଶ ସରକାର ‘ସ୍କ୍ରାପିଙ୍ଗ୍ ନୀତି’ ସମ୍ବନ୍ଧୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଗାଡିଚାଳକଙ୍କୁ ମିଳିବ ବହୁ ଫାଇଦା । ‘ଗେଜେଟ୍ ଅଫ୍ ଇଣ୍ଡିଆ’ରେ ଗତ ଅକ୍ଟୋବର ୫ ତାରିଖରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ‘ଜିଏସ୍ଆର୍’ ବିଜ୍ଞପ୍ତି ଜାରି କରିଛି। ଉପରୋକ୍ତ ‘ସ୍କ୍ରାପିଙ୍ଗ୍ ନୀତି’ ୨୦୨୨ ଏପ୍ରିଲ୍ ପହିଲାରୁ ଲାଗୁ କରାଯିବ ବୋଲି ଏଥିରେ ଉଲ୍ଲେଖ ଅଛି।ଯେଉଁ ମାଲିକମାନେ ସେମାନଙ୍କ ପଞ୍ଜିକୃତ ଯାନବାହନଗୁଡ଼ିକର ‘ଜମା ପ୍ରମାଣପତ୍ର’ ଦାଖଲ କରିବେ ସେମାନେ ‘ସ୍କ୍ରାପିଙ୍ଗ୍’ ନିମନ୍ତେ ଥିବା ଟିକସରୁ ରିହାତି ପାଇବେ। ଅଣପରିବହନ (ବ୍ୟକ୍ତିଗତ) ଯାନବାହନ ଉପରେ ୨୫% ପର୍ୟ୍ୟନ୍ତ ଏବଂ ପରିବହନ (ବ୍ୟବସାୟିକ) ଯାନବାହନ ଉପରେ ୧୫% ପର୍ୟ୍ୟନ୍ତ ଟିକସ ରିହାତି ମିଳିବ।ପରିବହନ (ବ୍ୟବସାୟିକ) ଯାନବାହନ ଉପରେ ୮ ବର୍ଷ ଏବଂ ଅଣପରିବହନ (ବ୍ୟକ୍ତିଗତ) ଯାନବାହନ ଉପରେ ଏହି ରିହାତି ୧୫ ବର୍ଷ ପର୍ୟ୍ୟନ୍ତ ମିଳିବ।