FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ,ୟୁରୋପରେ ପୁଣି ବଢିବ କରୋନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ,ୟୁରୋପରେ ପୁଣି ବଢିବ କରୋନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ,ୟୁରୋପରେ ପୁଣି ବଢିବ କରୋନା
SHARE NOW :

ଜେନିଭା(ଲାଇଭଓଡିଶା ବ୍ୟୁରୋ): ବିଶ୍ୱରେ କରୋନାର କାୟା କମୁଛି ।ସାଧାରଣ ଜୀବନକୁ ଫେରୁଛନ୍ତି ଜନତା । ଏନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡଐଙ) ଏକ ନୂଆ ଚେତାବନୀ ଦେଇଛି। ସଂଗଠନ କହିଛି ଯେ, ୟୁରୋପର ୫୩ଟି ଦେଶରେ ଶୀତଋତୁ ପରେ ଆଗାମୀ ବସନ୍ତ ଋତୁ ଯାଏଁ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇପାରେ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପର କାର‌୍ୟ୍ୟାଳୟ ଡେନମାର୍କର ରାଜଧାନୀ କୋପେନହେଗନରେ ଅବସ୍ଥିତ। ସଂକ୍ରମଣ କମିଥିବା ଏବଂ ଟିକାକରଣ ପରେ ମଧ୍ୟ ରୋଗ ହ୍ରାସ ପାଇ ନଥିବାରୁ ଚିନ୍ତାପ୍ରକଟ କରିଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଅଧିକ ସମ୍ବେଦନଶୀଳ ଅଂଚଳରେ ଟିକାର ବୁଷ୍ଟର ଡୋଜ୍ ଦିଆଯିବା ଦରକାର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଲୋକଙ୍କୁ ଟିକା ନେବା କୁ ପରାମର୍ଶ ଦେଇଛି। ଏଥି ସହିତ ସାମାଜିକ ଦୂରତା ରକ୍ଷା କରାଯିବା ମାଧ୍ୟମରେ ସଂକ୍ରମଣ ନିୟନ୍ତ୍ରିତ ହୋଇପାରିବ। ସଂଗଠନର ଆଂଚଳିକ ନିର୍ଦ୍ଦେଶକ ଡ. କ୍ଲୁଜେ ଏକ ବୟାନରେ କହିଛନ୍ତି ଯେ, ଆଜି ପୂରା ୟୁରୋପ ଏବଂ ମଧ୍ୟ ଏସିଆରେ କେରାନାର ସ୍ଥିତି ବହୁତ ଗମ୍ଭୀର ଦେଖାଯାଇଛି। ଆମ ପାଖରେ ଆଗାମୀ ଶୀତ ଦିନ ଚ୍ୟାଲେଞ୍ଜ ହେବ। କିନ୍ତୁ ଆମକୁ ସାହସ ରଖିବାକୁ ହେବ। ସେହିଭଳି ମଧ୍ୟ ଶୀତର ପ୍ରକୋପରୁ ଓଡିଶାରେ ମଧ୍ୟ କରୋନାର କାୟା ବିସ୍ତାର କୁ ନେଇ ଚିନ୍ତା ବଢୁଛି ।ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସ୍ ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୋଟି ନିକଟତର ହୋଇଥିବା ବେଳେ ୫୧.୮୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ୨୯ ହଜାର ୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୨୦୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *

Related Posts