FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ସଂସଦ ଆରମ୍ଭରୁ ହଙ୍ଗାମା କରିଛନ୍ତି ବିରୋଧୀ

ସଂସଦ ଆରମ୍ଭରୁ ହଙ୍ଗାମା କରିଛନ୍ତି ବିରୋଧୀ

ସଂସଦ ଆରମ୍ଭରୁ ହଙ୍ଗାମା କରିଛନ୍ତି ବିରୋଧୀ
SHARE NOW :

ଦିଲ୍ଲୀ(ଲାଇଭ ଓଡିଶା ବ୍ୟୁରୋ):ଆଜି ସଂସଦର ଉଭୟ ଗୃହ ଶୀତକାଳିନ ଅଧିବେସନ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହଙ୍ଗାମା କରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋ ହାଲ୍ଲା ପାଇଁ କିଛି ସମୟ ପାଇଁ ମୁଲତବି ରହିଥିଲା ଗୃହ । ବାଚସ୍ପତି ଓମ ବିର୍ଲା ଲୋକସଭାକୁ ମୁଲତବି ରଖିଥିଲେ । ଏହାର କିଛି ସମୟ ପରେ ଉପସଭାପତି ଭେଙ୍କୟା ନାୟଡୁ ମଧ୍ୟ ରାଜ୍ୟସଭାକୁ ଘଣ୍ଟାଏ ପାଇଁ ମୁଲତବି ରଖିଥିଲେ । କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ବିଲ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀ । ଏହା ପରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବି କରାଯାଇଥିଲା ।ଆଗାମୀ ୨୩ ତାରିଖ ଯାଏଁ ସଂସଦ ଚାଲିବାକୁ ଥିବାବେଳେ ମୋଟ୍ ୨୬ଟି ବିଲ ଆଣିବାକୁ ସରକାର ଯୋଜନା କରିଛନ୍ତି । ଯାହା ଏତେ ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ଏଥର ଅଧିବେସନରେ ଚାଷୀ ପ୍ରସଙ୍ଗ ସାଙ୍ଗକୁ ଦରବୃଦ୍ଧି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଘେରାବନ୍ଦୀ କରିବାକୁ ଯୋଜନା କରିଛନ୍ତି ବିରୋଧୀ । ପେଟ୍ରୋଲ, ଡିଜେଲ ଦର ସାମାନ୍ୟ କମିଥିଲେ ମଧ୍ୟ ରୋଷେଇ ଗ୍ୟାସ ଦର ମହଙ୍ଗା ରହିଛି । ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ମହଙ୍ଗା ରହିଛି ।
ଅନ୍ୟପକ୍ଷରେ ବେରୋଜଗାରି ବଢି ଚାଲିଥିବାରୁ ସରକାରଙ୍କୁ ବିରୋଧୀ ଆକ୍ରମଣର ସାମ୍ନା କରିବାକୁ ପଡିବ । ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ ମଧ୍ୟ ଏଥର ଶୀତ ଅଧିବେଶନକୁ ସରଗରମ କରିବା ସଂକେତ ମିଳୁଛି । ଗୁଇନ୍ଦା ସଫ୍ଟୱେୟାର ଜରିଆରେ ସରକାର ବିରୋଧୀଙ୍କ ଗୋପନୀୟତାକୁ କ୍ଷୁଣ୍ଣ କରିବା ସହ ବ୍ୟକ୍ତିଗତ ସ୍ୱାଧୀନତାକୁ ହନନ କରୁଥିବା ଅଭିଯୋଗ ରହିଛି । ଚୀନର ବିସ୍ତାରବାଦ ଏବଂ ଭାରତୀୟ ସୀମାରେ ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ପ୍ରମୁଖ ପ୍ରସଙ୍ଗ ପାଲଟିବ ।

Leave a Reply

Your email address will not be published. Required fields are marked *

Related Posts