ଜାତିସଂଘ ସୁରକ୍ଷାରେ ନିୟୋଜିତ ହେବେ ମହିଳା

SHARE NOW :
(ନୀଳାଚଳ ଲାଇଭ ଓଡିଶାନ୍ୟୁଜ)ବ୍ୟୁରୋ:ଜାତିସଂଘ ର ଶାନ୍ତି ସୁରକ୍ଷାରେ ନିୟୋଜିତ ହେବେ ୩୦୦୦ ପୋଲିସ କର୍ମଚାରୀ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ତରଫରୁ ହୋଇଥିବା ଏହି ବୈଠକରେ ମହିଳା ,ଶାନ୍ତି , ଏବଂ ସୁରକ୍ଷା ନାରା ସହ ପୋଲିସ ସୁରକ୍ଷା ସଂର୍ମ୍ପକରେ ଆଲୋଚନା ହୋଇଛି । ଜାତିସଂଘ ଡେପୁଟି ପ୍ରତିନିଧୀ ଆର୍ ରବିନ୍ଦ୍ର ଯେ ନିଜ କର୍ତ୍ତବ୍ୟ କରିବା ସମୟରେ ପ୍ରାଣ ହରାଇଥିବା ୧୪ ଜଣ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମହିଳା ସଶକ୍ତିକରଣ ମିଳିତ ଜାତିସଂଘର ଏକ ପ୍ରମୁଖ ଅଙ୍ଗ । ରବୀନ୍ଦ୍ର କହିଛନ୍ତି, “ଆଫଗାନିସ୍ତାନରେ ମିଳିତ ଜାତିସଂଘ ସହାୟତା ମିଶନ ରେନିୟୋଜିତ ଭାରତୀୟ ମହିଳା ପୋଲିସ ଅଧିକାରୀ ଶକ୍ତି ଦେବୀଙ୍କୁ ୨୦୧୪ ମସିହାରେ ଅନ୍ତର୍ଜାତୀୟ ମହିଳା ପୋଲିସ ଶାନ୍ତି ରକ୍ଷାକାରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବଂ ଦେଶର ସୁରକ୍ଷା ବ୍ୟବସ୍ତା ଏବଂ ମିଳିତ ଜାତିସଂଘର ଏହି ବୈଠକରେ ଅନେକ ମହିଳା ମଧ୍ୟ ଯୋଗ ଦେଇଛନ୍ତି ।