FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଶ୍ୱ ଏଡ୍ସ ଦିବସ: ଅସମାନତା ସମାପ୍ତ କର

ବିଶ୍ୱ ଏଡ୍ସ ଦିବସ: ଅସମାନତା ସମାପ୍ତ କର

ବିଶ୍ୱ ଏଡ୍ସ ଦିବସ: ଅସମାନତା ସମାପ୍ତ କର
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ । ପ୍ରତି ବର୍ଷ ଡିସେମ୍ବର ୧ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୁଏ ଏଡ୍ସ ଦିବସ । ଚଳିତ ବର୍ଷ ଏଚ୍ଆଇଭି ସଂକ୍ରମଣର ଶିକାର ବ୍ୟକ୍ତି ଏବଂ ଏଡ୍ସ ଯୋଗୁ ଜୀବନ ହରାଇଥିବା ଲୋକଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଶ୍ୱ ଏଡ୍ସ ଦିବସର ବିଷୟ ରହିଛି ଅସମାନତା ସମାପ୍ତ କର । ୧୯୮୮ ମସିହାରେ ପ୍ରଥମେ ଏହି ଦିବସ ଆରମ୍ଭ ହୋଇଥିଲା । ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଏହା ପ୍ରଥମ ଅନ୍ତର୍ଜାତୀୟ ଦିବସ ମଧ୍ୟ ଥିଲା । ଆକ୍ୱାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ (ଏଡ୍ସ) ଏକ ରୋଗ ଯାହା ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚ୍ଆଇଭି) ଯୋଗୁ ହୋଇଥାଏ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଯାଏ । ଏହା ଫଳରେ ରୋଗ ସହ ଲଢ଼ିବାରେ ଶରୀରର କ୍ଷମତା ହ୍ରାସ ପାଏ । ଆବଶ୍ୟକ ଏଚ୍ଆଇଭି ସେବା ପାଇବାରେ ପଛରେ ରହିଯାଉଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ମାର୍ଗରେ ବଢ଼ିଚାଲିଥିବା ଅସମାନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ତା\’ର ସହଭାଗୀମାନେ ଲୋକଲୋଚନକୁ ଆଣୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts