FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ରେଳଷ୍ଟେସନରେ ଫୁଟିଲା ବିଶ୍ୱଯୁଦ୍ଧର ବୋମା: ୪ଜଣ ଗୁରୁତର ଆହତ

ରେଳଷ୍ଟେସନରେ ଫୁଟିଲା ବିଶ୍ୱଯୁଦ୍ଧର ବୋମା: ୪ଜଣ ଗୁରୁତର ଆହତ

ରେଳଷ୍ଟେସନରେ ଫୁଟିଲା ବିଶ୍ୱଯୁଦ୍ଧର ବୋମା: ୪ଜଣ ଗୁରୁତର ଆହତ
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ରେଳଷ୍ଟେସନରେ ହେଲା ବିସ୍ଫୋରଣ । ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ହଠାତ ବିସ୍ଫୋରଣରେ ଆହତ ହେଲେ ୪ଜଣ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଜର୍ମାନୀର ରାଜଧାନୀ ମୁନିଚର୍ର ଜନଗହଳୀ ରେଳଷ୍ଟେସନରେ । ଏଠାରେ ଥିବା ଗୋଟିଏ ବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ହଠାତ ବୋମାଟି ବିସ୍ଫୋରଣ ହୋଇଥିଲା । ଏଥିରେ ୪ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ପରୀକ୍ଷଣ ପରେ ଫୁଟିଥିବା ବୋମାଟି ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋଲି ଜଣାପଡିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାକୁ ିତି ମଧ୍ୟରେ ୭୦ବର୍ଷରୁ ଅଧିକ ହେଲାଣିି ତଥାପି ଆଜିଭି ମାଟିତଳେ ଜୀବନ୍ତ ଅବସ୍ଥାରେ ଅଛି ଅଫୁଟା ବୋମା । ଏହା ମାଟିତଳେ ପୋତି ହୋଇ ରହିଥିବା ବେଳେ ଖୋଳାଖୋଳି କାମ ଚାଲିଥିଲା ବେଳେ ହିଁ ଏପରି ଘଟଣା ଘଟିଛି। ତଥାପି ଜର୍ମାନୀରୁ ପ୍ରତିବର୍ଷ ୨୦୦୦ ଟନ୍ରୁ ଅଧିକ ପରିମାଣର ଜୀବନ୍ତ ବୋମା ଓ ବିସ୍ଫୋରକ ଉଦ୍ଧାର କରାଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ଓ ବ୍ରିଟିଶ ଯୁଦ୍ଧ ବିମାନଗୁଡ଼ିକ ଜର୍ମାନୀ ଉପରେ ପ୍ରାୟ ୧.୫ ମିଲିୟନ ଟନର ବୋମା ମାଡ଼ କରିଥିଲେ। ଏଥିରେ ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ତେବେ ସେମାନେ ମାଡ଼ କରିଥିବା ପ୍ରାୟ ୧୫% ବୋମା ବିସ୍ଫୋରଣ ହୋଇଥିଲା। ଏଗୁଡ଼ିକ ୨୦ ଫୁଟ ତଳେ ପୋତି ହୋଇ ରହି ଯାଇଛି। ଏବେ ନିର୍ମାଣ କାମ ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବୋମା ଉଦ୍ଧାର ହେବାରେ ଲାଗିଛି। ଏହିକ୍ରମରେ ମୁନିଚ୍ ରେଳ ଷ୍ଟେସନ ବ୍ରିଜ୍ରେ ନିର୍ମାଣ କାମ ଚାଲିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଗୋଟିଏ ବୋମା ବିସ୍ଫୋଣ ହୋଇଛି। ଏଠାରେ ଗୋଟିଏ ଟନେଲ ତିଆରି କରିବା ପାଇଁ ଖୋଳା ଯାଉଥିଲା। କିନ୍ତୁ ହଠାତ୍ ବିସ୍ଫୋରଣ ହେବାରୁ ୪ ଜଣ ଆହତ ହୋଇଛନ୍ତି। ପୁଲିସ୍ ପୂରା ଅଞ୍ଚଳକୁ କର୍ଡନ କରିଛି। ବିଶେଷଜ୍ଞ ଟିମ୍ ମଧ୍ୟ ବିସ୍ଫୋରଣ ସ୍ଥଳରୁ ଆସି ଆଖପାଖ ଅଞ୍ଚଳର ଯାଞ୍ଚ କରିଛି। ବିସ୍ଫୋରଣ ପରେ କିଛି ଘଣ୍ଟା ପାଇଁ ମୁଖ୍ୟ ରେଳ ଷ୍ଟେସନକୁ ଆସିବାକୁ ଥିବା ଓ ଏଠାରୁ ଅନ୍ୟତ୍ର ଯିବାକୁ ଥିବା ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Related Posts