FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ବର୍ଷାରେ ବେହାଲ ତାମିଲନାଡୁ ଏବଂ ଚେନ୍ନାଇ

ବର୍ଷାରେ ବେହାଲ ତାମିଲନାଡୁ ଏବଂ ଚେନ୍ନାଇ

ବର୍ଷାରେ ବେହାଲ ତାମିଲନାଡୁ ଏବଂ ଚେନ୍ନାଇ
SHARE NOW :


ତାମିଲନାଡୁ (ଲାଇଭ ଓଡିଶା ନ୍ୟୁଜ୍‌) : ଥମୁନାହିଁ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ ଏବଂ ଚେନ୍ନ୍‌ାଇ । ଦୀର୍ଘ ଏକ ସପ୍ତାହ ଧରି ଚେନ୍ନାଇ ସମେତ ଚାମିଲନାଡୁରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଜିବି ରାଜ୍ୟର ଦକ୍ଷିଣ ଭାଗରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ତାମିଲନାଡୁ ନୁହେଁ, ତେଲେଙ୍ଗାନାର ଗୋଟିଏ ୨ ଟି ଜିଲ୍ଲାରେ ବର୍ଷା ହେବା ନେି ସୂଚନା ଦେଇଛି ପାଣିପାଗ ବିଭାଗ ।
ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ତେଲେଙ୍ଗାନାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ହାଇଦ୍ରାବାଦସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ କିଛି ସ୍ଥାନରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ପ୍ରବଳ ବର୍ଷା ପାଇଁ ଖରାପ ପାଗ ରହିଥିବାରୁ ଚେନ୍ନାଇ ବିମାନ ବନ୍ଦର ଗତକାଲି ୫ ଘଣ୍ଟା ବନ୍ଦ ରଖାଯାଇଥିଲା । ଆଜି ମଧ୍ୟ ଦିନ ୧ଟା ୧୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *

Related Posts