FOLLOW US ON SOCIAL

  1. Home
  2. »
  3. ଜୀବନଚର୍ଯ୍ୟା
  4. »
  5. କଟକରେ ଖୁବଶୀଘ୍ର ଖୋଲିବ ରେସ୍ତୋରାଁ ‘ନିମନ୍ତ୍ରଣ’

କଟକରେ ଖୁବଶୀଘ୍ର ଖୋଲିବ ରେସ୍ତୋରାଁ ‘ନିମନ୍ତ୍ରଣ’

କଟକରେ ଖୁବଶୀଘ୍ର ଖୋଲିବ ରେସ୍ତୋରାଁ ‘ନିମନ୍ତ୍ରଣ’
SHARE NOW :

ଲାଇଭ ଓଡିଶା ନ୍ୟୁଜ: ଆମେ ଓଡିଆ ଭାରି ବଢିଆ । ଆମେ ନିଆରା ଆମ ଖାଦ୍ୟ ଭି ନିଆରା । ସେଥିପାଇଁତ ସରକାର ସମସ୍ତଙ୍କୁ ଚଖଉଛନ୍ତି ଖାଣ୍ଟି ଓଡିଆ ଖାଦ୍ୟର ସ୍ୱାଦ । ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱର ଠାରେ ଓଡିଆ ଖାଦ୍ୟର ପସରା ଖୋଲିଥିଲା ରେସ୍ତୋରାଁ ନିମନ୍ତ୍ରଣ । ସେହିପରି ଖୁବଶୀଘ୍ର କଟକ ସହରବାସୀ ମଧ୍ୟ ପାଇପାରିବେ ଖାଣ୍ଟି ଓଡିଆ ଖାଦ୍ୟର ସ୍ୱାଦ । ଏଥିପାଇଁ ସହରରେ ଓଡିଶା ପଯ୍ୟଟନ ଉନ୍ନୟନ ନିଗମ ତରଫରୁ ଖୁବଶୀଘ୍ର ଖୋଲିବାକୁ ଯାଉଛି ରେସ୍ତୋରାଁ ନିମନ୍ତ୍ରଣ । ଓଡିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶ ରିବା ଉଦ୍ଦେଶ୍ୟରେ ନିମନ୍ତ୍ରଣ ରେସ୍ତୋରରାଁକୁ କଟକରେ ଖୋଲାଯିବାକୁ ଯୋଜନା ହୋଇଛି । ଯୋବ୍ରା ତାଳଦଣ୍ଡା କେନାଲ ରାସ୍ତାରେ ଥିବା ଆଇ ଲଭ କଟକ ଲେଖାର ବିପରୀତ ପାଶ୍ୱର୍ ଖାଲି ସ୍ଥାନରେ ଏହା ନିର୍ମାଣ ହେବ । ଏଠାରେ ଓଡିଆ ଖାଇବା ଶାଗ ଭଜାରୁ ଆରମ୍ଭ କରି ମାଛ, ମାଂସ ପର୍ଯ୍ୟନ୍ତ ସବୁ ଖାଦ୍ୟର ସ୍ୱାଦ ମିଳିବ । ତେବେ କଟକରେ ଭୁବନେଶ୍ୱର ତୁଳନାରେ ଖାଦ୍ୟର ଦର କମ ରଖିବାକୁ ନିଷ୍ପତି ନିଆଯାଇଛି । ସହରର ସିସୋର ପଠାରେ ନିର୍ମାଣ ଚାଲିଥିବା ଫ୍ଲୋଟିଂ ରୋସ୍ତୋରାଁ ପରିଦର୍ଶନରେ ଓଟିଡିସିର ଅଧିକାରୀ ଓ ସିଏମସି ଅଧିକାରୀ ଆସିଥିବା ବେଳେ ନିମନ୍ତ୍ରଣ ରେସ୍ତୋରାଁ ପାଇଁ ତାଳଦଣ୍ଡା କେନାଲ ଅଂଚଳରେ ଥିବା ଖାଲିସ୍ଥାନକୁ ଅଧିକାରୀମାନେ ବୁଲି ଦେଖିଥିଲେ ।

Leave a Reply

Your email address will not be published. Required fields are marked *

Related Posts