- Home
- »
- ଜୀବନଚର୍ଯ୍ୟା
- »
- ବେକ ତଳକୁ କରି ମୋବାଇଲ୍ ଦେଖୁଛନ୍ତି କି ? ଗବେଷଣାରୁ ମିଳିଲା ଭୟାନକ ତଥ୍ୟ
ବେକ ତଳକୁ କରି ମୋବାଇଲ୍ ଦେଖୁଛନ୍ତି କି ? ଗବେଷଣାରୁ ମିଳିଲା ଭୟାନକ ତଥ୍ୟ

SHARE NOW :
ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍): ଲୋକଙ୍କ ଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡେ କିନ୍ତୁ ଅଧିକାଂଶ ସମୟ ଏଭଳି କଲେ ଆପଣଙ୍କ ଉଚ୍ଚତା ଯେ ବିପଦରେ ଆସିଯାଏ ଏହା ଆପଣ ଜାଣିନଥିବେ । ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍ ର ସ୍ୱାମୀତ୍ୱ ବଢିବା ସହ ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢୁଛି । ତେବେ ଏହି ଉପକରଣକୁ ବ୍ୟବହାର କରିବାକୁ ହେଲେ ବେକକୁ ତଳକୁ କରି କାମ କରିବାକୁ ହୋଇଥାଏ । କିନ୍ତୁ ବର୍ତ୍ତମାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ଏହାର ପ୍ରେସର୍ ପଡୁଛି । ଯେଉଁଥିପାଇଁ ତାଙ୍କ ଉଚ୍ଚତାରେ ଏହାର ସିଧାସଳଖ ପ୍ରଭାବ ପଡୁଛି ।
ଗବେଷଣାରୁ ଜଣାପଡିଛି ଯେ ମହିଳା ଏବଂ ଛୋଟ ପିଲା ମାନେ ଲମ୍ବା ଲୋକଙ୍କ ଠାରୁ ଅଧିକ ନିଜ ମୁଣ୍ଡକୁ ବୁଲାଇ ଥାନ୍ତି । ତେଣୁ ସେମାନେ ଅଧିକ ସମୟ ବେକ ଯନ୍ତ୍ରଣାରେ କଷ୍ଟ ପାଇଥାନ୍ତି ।