FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ଅଠାଅଶୀରେ “ଆଶା”

ଅଠାଅଶୀରେ “ଆଶା”

ଅଠାଅଶୀରେ “ଆଶା”
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌):ତାଙ୍କ ଗୀତରେ ଅଛି ସମ୍ମୋହନ କରିଦେବାର ଯାଦୁ । ତାଙ୍କ କଣ୍ଠ ଶ୍ରୋତାଙ୍କୁ କିମିଆଁ କରିଦିଏ । ସେ ଯେବେ ବି ହାତରେ ମାଇକ୍ ଉଠାଇଛନ୍ତି ଶ୍ରୋତାର ପାଦ ଆପେ ଆପେ ଉଠିଯାଇଛି । ତାଙ୍କ ଗୀତରେ ତାଳରେ ନିଜ ଫ୍ୟାନମାନଙ୍କୁ ଖୁବ ନଚାଇଛନ୍ତି ଆଉ ସାତ ଦଶନ୍ଧି ଧରି ହିନ୍ଦି ସିନେମା ଇଣ୍ଡଷ୍ଟ୍ରୀକୁ ନିଜ ସଂଗୀତର ବର୍ଷାରେ ଭିଜାଇଛନ୍ତି । ଆଜି ସେହି ଲୋକପ୍ରିୟ ଗାୟିକା ଆଶା ଭୋସଲେ ୮୮ ବର୍ଷରେ ପାଦ ଥାପିଛନ୍ତି ।

୯ବର୍ଷ ବୟସରଙ୍କ ପିତାଙ୍କୁ ହରାଇଥିବା ଆଶା ବଡ଼ ଭଉଣୀ ଲତା ମଙ୍ଗେଶକରଙ୍କ ସହ ପରିବାର ଚଳାଇବା ପାଇଁ ଚଳଚ୍ଚିତ୍ରରେ ଗୀତ ଗାଇବା ଓ ଅଭିନୟ ଆରମ୍ଭ କରିଥିଲେ। ୧୯୪୮ ଚଳଚ୍ଚିତ୍ର ‘ଚୁନାରିଆ’ର’ ସାୱାନ୍ ଆୟା ‘ଗୀତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରଥମ ଗୀତ ଥିଲା। ‘ରାତ କି ରାନୀ’ ଚଳଚ୍ଚିତ୍ରରେ ସେ ପ୍ରଥମ ଏକକ ହିନ୍ଦୀ ଗୀତ ଗାଇଥିଲେ। ୧୯୫୨ ମସିହାରେ,’ ସଙ୍ଗଦିଲ’ ଗୀତରୁ ଆଶା ଭୋସଲେ ସ୍ୱୀକୃତି ପାଇଲେ। ଏହା ଏହା ପରେ, ସେ ଆଉ ପଛକୁ ଚାହିଁ ନଥିଲେ ଓ ଏକରୁ ଅଧିକ ସୁପରହିଟ୍ ଗୀତ ଓ ଡ୍ୟାନ୍ସ ନମ୍ବର ଦେଇଥିଲେ। ଆରଡି ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଶା ଭୋସଲେ ‘ଅଜା ଆଜା’, ‘ହେ ହସିନା ଜୁଲଫନ୍ ୱାଲି’ ଓ ‘ହେ ମେରେ ସୋନା ରେ’ ଗାଇଥିଲେ। ଏହି ସମୟରେ ଆଶା ଭୋସଲେ ଓ ଆରଡି ବର୍ମନଙ୍କ ଯୋଡି ଖୁବ୍ ସଫଳ ହେଲା ଫଳରେ ଦୁହେଁ ଅନେକ ହିଟ୍ ଗୀତ ଗାଇଥିଲେ ଓ ବିବାହ କରିଥିଲେ।

ଆଶା ଭୋସଲେଙ୍କ ଗୀତ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା ଫଳରେ ତାହା ଶ୍ରୋତାଙ୍କୁ ଦ୍ୱାରା ଆଦୃତ ହୋଇଥିଲା । ସେ ରେଖା ଷ୍ଟାରର ଚଳଚ୍ଚିତ୍ର ‘ଉମ୍ରାଓ ଜାନ’ର ସମସ୍ତ ଗଜଲ ଗାଇଥିଲେ। ଏଥିପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଆଶା ଭୋସଲେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସମସ୍ତ ପ୍ରମୁଖ ସଂଗୀତ ନିର୍ଦ୍ଦେଶକ ଓପି ନାୟାର, ଖୟାମ, ରବି, ଏସଡି ବର୍ମନ୍, ଆର୍ ରହମାନ, ଶଙ୍କର-ଜୟକିଶନ୍, ଅନୁ ମଲିକ୍ ଙ୍କ ସହ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts