ଆଜି ଭିକି-କ୍ୟାଟ୍ରଙ୍କ ବାହାଘର
SHARE NOW :
ଲାଇଭଓଡ଼ିଶା ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୌଫ୍ ପ୍ରାୟ ଦୁଇ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିବା ବେଳେ ଗତ ମାସରେ ଉଭୟ ବିବାହ ବନ୍ଧନର ବାନ୍ଧିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା । ବିବାହରେ ସାମିଲ ହେବାକୁ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ଥିବା ବେଳେ ଅନେକ ସାଥୀ କଳାକାର ରାଜସ୍ଥାନର ଏହି ପ୍ୟାଲେସରେ ପହଂଚିଛନ୍ତି । ଏହି ହାଇପ୍ରୋଫାଇଲ ବିବାହ ପାଇଁ ସ୍ଥାନୀୟ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାଜସ୍ଥାନର ମୋଧୋପୁରରେ ଥିବା ସିକ୍ସ ସେନ୍ସସ ଫୋର୍ଟରେ ବିବାହ ହେବ ୧୨ ତାରିଖ ଯାଏ ଉଭୟ ଏହି ଫୋର୍ଟରେ ରହିବେ ବୋଲି ଜଣାପଡିଛି । ଏହାପରେ ସ୍ଥାନୀୟ ଚୌଥ ମାତା ମନ୍ଦିରକୁ ଦର୍ଶନ ପାଇଁ ଯିବେ ବୋଲି ସୂଚନା ରହିଛି ।