FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’

ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’

ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’
SHARE NOW :

ମୁମ୍ବାଇ(ନୀଳାଚଳ ନ୍ୟୁଜ): ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’ । ‘ବିଗ୍ ବସ୍’ର ଫ୍ୟାନ୍ସ ମାନେ ବହୁଦିନ ଧରି ଅପେକ୍ଷା କରିଥିବା ବେଳେ ଏବେ ସେହି ଅପେକ୍ଷାର ଅନ୍ତ ହୋଇଛି । ନିର୍ମାତାମାନେ ଶୋ’ର ପ୍ରସାରଣ ତାରିଖ ଘୋଷଣା କରିଛନ୍ତି । ଏହା ସହ ଶୋ’ର ତାରିଖ ଏବଂ ସମୟ ନୂଆ ପ୍ରମୋରେ ପ୍ରକାଶ ପାଇଛି । ‘ବିଗ୍ ବସ୍ ୧୫’ ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବ ବୋଲି କୁହାଯାଇଛି ।


ଏନେଇ ନିର୍ମାତାମାନେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସଲମାନ ଖାନ ସିଜିନରେ ମୁଖ୍ୟ ଆକର୍ଷଣକୁ ଆକୃଷ୍ଟ କରିଛନ୍ତି। ଏହା ସହିତ ଶେଷରେ କୁହାଯାଇଛି ଯେ ଶନିବାର ଓ ରବିବାର ୯.୩୦ ରେ ଏବଂ ସୋମବାର ଠାରୁ ଶୁକ୍ରବାର ଯାଏଁ ରାତି ୧୦.୩୦ କଲର୍ସରେ ଏହା ପ୍ରସାରିତ ହେବ।
ଏହା ସହ ଏହି ଭିଡିଓରେ ଥିବା କ୍ୟାପସନରେ ଲେଖା ହୋଇଛି – ‘ପ୍ରତ୍ୟେକ ସିଜିନରେ ଏକ ନୂଆ ମୋଡ଼ ଆସେ, ହେଲେ ବିଗ୍ ବସ୍ ଏହି ସିଜିନରେ ମଧ୍ୟ ସଦସ୍ୟମାନଙ୍କ ପାଇଁ ନୂଆ ସମସ୍ୟା ଆଣିବ । ଯାତ୍ରା ତ ସେମାନଙ୍କର ହେବ, ହେଲେ ମନୋରଞ୍ଜନ ଆମର ହେବ ।

Leave a Reply

Your email address will not be published. Required fields are marked *

Related Posts