FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ପୁଣି ଭାଇରାଲ ହେଲେ “ବଚପନ କା ପ୍ୟାର” ସହଦେବ

ପୁଣି ଭାଇରାଲ ହେଲେ “ବଚପନ କା ପ୍ୟାର” ସହଦେବ

ପୁଣି ଭାଇରାଲ ହେଲେ “ବଚପନ କା ପ୍ୟାର” ସହଦେବ
SHARE NOW :

ନୂଆଦିଲ୍ଲୀ(ଲାଇଭଓଡିଶା ନ୍ୟୁଜ):ନିକଟ ଅତୀତରେ ଭାଇରାଲ ହୋଇଥିଲା ସଂଗୀତ “ବଚପନ କା ପ୍ୟାର”ା ଏହାକୁ ଗାଇଥିଲେ ଛତିଶଗଡ଼ର ସହଦେବ ଦିର୍ଦୋ । ସେହି ଭିଡିଓରେ ତାଙ୍କୁ ସ୍କୁଲ୍ ପୋଷାକରେ ‘ବଚପନ୍ କା ପ୍ୟାର୍’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ବହୁ ସଂଖ୍ୟକ ଦର୍ଶକ ପସନ୍ଦ କରିଥିବାବେଳେ ଗୀତଟି ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ଏହି ଗୀତ ଗାଇ ଭାଇରାଲ ହୋଇଥିବା ସହଦେବ ଏବେ ଆଉ ଏକ ଗୀତ ଗାଇ ଭାଇରାଲ ହୋଇଛନ୍ତି ।

ସେ ‘ମନୀ ହିଷ୍ଟ’ର ଆଇକନିକ୍ ଗୀତ ‘Bella Ciao’ ଗୀତ ଗାଇଛନ୍ତି । ୧୯୬୨ରେ ଇଟାଲୀୟ ଲୋକ ଗାୟକ ଜିଓଭାନ୍ନା ଡେଫାନୀ ‘Bella Ciao’ ଗୀତର ରେକର୍ଡ କରିଥିଲେ। ‘ମନି ହିଷ୍ଟ’ର ଆଇକନିକ୍ ଗୀତ ‘Bella Ciao’ ଏବେ ଚାରିଆଡ଼େ ଧୁମ୍ ମଚାଇଛି। କିଛି ଦିନ ତଳେ ମୁମ୍ବାଇ ପୁଲିସର ପାଖାପାଖି ୨୦ ଜଣ କର୍ମଚାରୀ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ଏହି ଲୋକପ୍ରିୟ ଗୀତ ବଜାଇଲେ।

ଫେସବୁକ୍ ପେଜ୍ ‘ଦେଶୀ ହୋମୀ’ ଦ୍ୱାରା ଶେଆର୍ କରାଯାଇଥିବା ଏହି ଭିଡିଓକୁ ପୋଷ୍ଟ କରାଯିବାର କେଇ ଘଣ୍ଟା ଭିତରେ ହଜାର ହଜାର ଲାଇକ୍ସ ଓ ଅନେକ କମେଣ୍ଟ ମିଳିଛି। ଏହି ଗୀତକୁ ନେଇ ସହଦେବଙ୍କୁ ଅନେକ ପ୍ରଶଂସା ମିଳିଥିବାବେଳେ ସେ ପୁଣିଥରେ ଭାଇରାଲ ହେବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts