ଭାରତୀ ସିଂଙ୍କ ନୂଆ ଲୁକ୍ : ୧୬ ଘଣ୍ଟା ନଖାଇ କମାଇଲେ ଓଜନ

SHARE NOW :
ମୁମ୍ବାଇ(ଲାଇଭ୍ ଓଡିଶା ନ୍ୟୁଜ୍): କମେଡି କୁଇନ୍ ଭାରତୀ ସିଂ ଏବେ ଖୁବ୍ ଚର୍ଚ୍ଚାରେ। ଏଥର ସେ କମେଡି ପାଇଁ ନୁହେଁ ନୂଆ ଲୁକ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। । ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ବନି ଯାଇଛନ୍ତି ସ୍ଲିମ୍ ଟ୍ରିମ୍ ଏବଂ ଫିଟ୍ ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ । ୧୫ କିଲୋ ଓଜନ କମାଇ ସେ ହୋଇଯାଇନ୍ତି ଫିଟ୍।
ନିକଟରେ କପିଲ ଶର୍ମା ଶୋ’ରେ ଭାରତୀ ସିଂହ ନିଜେ ନିଜ ଓଜନ କମାଇଥିବା କଥା କହିବା ସହିତ ନିଜ ଓଜନ ହ୍ରାସର ରାଜ ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ତେବେ ତାଙ୍କର ଏହି ଓଜନ କମାଇବା ରାଜ୍ ହେଉଛି ତାଙ୍କ ଡାଇଟିଂ।
ଖାଇବା ପିଇବା ପ୍ରତି ରୂଚି ରଖୁଥିବା ଭାରତୀ ଏବେ ବେଳେବେଳେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଅର୍ଥାତ ରାତି ୭ଟାରୁ ତା’ପରଦିନ ୧୨ଟା ଯାଏଁ କିଛି ଖାଦ୍ୟ ଖାଉ ନାହାନ୍ତି । ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ପତଳା ହୋଇଥିବା ନେଇ କଥା କହିଛନ୍ତି ଭାରତୀ।
ପୂର୍ବରୁ ଭାରତୀଙ୍କର ଆସ୍ଥମା ଏବଂ ଡାଇବେଟିସ ସମସ୍ୟା ଥିଲା। କିନ୍ତୁ ଏବେ ଓଜନ ହ୍ରାସ ହେବାପରେ ସବୁ କିଛି ନିୟନ୍ତ୍ରଣରେ ରହିଛି ବୋଲି କମେଡି କୁଇନ୍ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩୦-୩୨ ବର୍ଷ ଯାଏଁ ବହୁତ ଖାଇଛି କିନ୍ତୁ ଏବେ ବର୍ଷେ ହବ ନିଜ ଶରୀର ପାଇଁ ସମୟ ଦେଇ ଆସୁଥିବାବେଳେ ନଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି। ନିଜ ଉପରେ ଗର୍ବ ଅନୁଭବ ହେଉଛି । ଏବେ ସେ ନିଜକୁ ଫିଟ୍ ଏବଂ ସୁସ୍ଥ ଅନୁଭବ କରୁଛନ୍ତି।
ସେପଟେ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଭାରତୀଙ୍କ ନୂଆ ଟ୍ରାନ୍ସଫର୍ମେସନକୁ ଦେଖି ଖୁସି ଥିବା ଜଣାଇଛନ୍ତି । ।