FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମହଙ୍ଗା ପଡିଲା ପବ୍ଲିକ ସହ ପଙ୍ଗା

ମହଙ୍ଗା ପଡିଲା ପବ୍ଲିକ ସହ ପଙ୍ଗା

ମହଙ୍ଗା ପଡିଲା ପବ୍ଲିକ ସହ ପଙ୍ଗା
SHARE NOW :

ମୁମ୍ବାଇ: ବକ୍ସ ଅଫିସରେ ଫେଲ୍ ମାରିଛି ଅମୀର ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଲାଲ ସିଂହ ଚଡା । ସୁପର ଫ୍ଲପ ହେବା ସାଙ୍ଗକୁ କଲେକ୍ସନରେ ମଧ୍ୟ ବ୍ରେକ ଲାଗିଛି । ୧୧ ଅଗଷ୍ଟରେ ରିଲିଜ ହୋଇଥିବା ଲାଲ ସିଂ ଚଡାର ଆୟ ନୈରାଶ୍ୟଜନକ ରହିଛି । ବକ୍ସ ଅଫିସରେ ଏତେ ଖରାପ ଆୟ କରିଥିବା ଅମୀରଙ୍କ ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି । ଦଶମ ଦିନରେ ମାତ୍ର ୧.୫୦ କୋଟି ରୋଜଗାର କରିଛି ଏହି ଫିଲ୍ମ ।
ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୪ କୋଟି ଟଙ୍କା ରୋଜଗାର କରିଛି ଏବି ବିଗ୍ ବଜେଟ୍ ଫିଲ୍ମ । ଦର୍ଶକ ଅମୀରଙ୍କୁ ଏଭଳି ଉପହାର ଦେବେ ବୋଲି ସେ କେବେ ସେ ଭାବି ବି ନଥିବେ । ସିନେମା ହଲ୍‌ରେ ଟିକେଟ ବିକ୍ରି ନ ହେଉଥିବାରୁ ଅଧିକାଂଶ ଶୋ’ ଗୁଡିକୁ ବାତିଲ କରିବାକୁ ପଡୁଛି ।
ରିଲିଜର ପ୍ରଥମ ଦିନ ଲାଲ ସିଂହ ଚଡା ମାତ୍ର ୧୧.୫୦ କୋଟି ଟଙ୍କାରେ ଖାତା ଖୋଲିଥିଲା । ୨୦୨୨ର ସବୁଠାରୁ ବଡ ଓପନର୍ସଙ୍କ ମଧ୍ୟରେ ଲାଲ ସିଂ ଚଡା ନାମ ପଞ୍ଚମ ସ୍ଥାନରେ ରହିଛି । କିନ୍ତୁ ପ୍ରଥମ ଦିନ ପରେ ଟିକେଟ ବିକ୍ରି କମି ଯାଇଥିବା ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନ ଫିଲ୍ମର ଆୟ ୩୫ରୁ ୪୦ ପ୍ରତିଶତ କମି ଯାଇଥିଲା । ରିପୋର୍ଟରୁ ଜଣାପଡିଛି କିଙ୍ଗ ଖାନ୍ ଶାହରୁଖଙ୍କ ଜିରୋ ଠାରୁ ଲାଲ ସିଂହ ଚଡାର ଅବସ୍ଥା ଶୋଚନୀୟ ରହିଛି ।
୪ ବର୍ଷ ପରେ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ସିଲଭର ସ୍କ୍ରିନକୁ ଲାଲ ସିଂହ ଚଡା ସହ କମବ୍ୟାକ୍ କରିଥିଲେ । ଫିଲ୍ମ ଦେଖିବାକୁ ସେ ଦର୍ଶକଙ୍କୁ ଅପିଲ୍ ମଧ୍ୟ କରିଥିଲେ । କିନ୍ତୁ ଅମୀରଙ୍କ ସେ ସବୁ ଟେକ୍‌ନିକ୍ କିଛି କାମରେ ଆସିନାହିଁ ।

Leave a Reply

Your email address will not be published.

Related Posts