FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ମାଙ୍କ ବିୟୋଗରେ ଭାଙ୍ଗିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର

ମାଙ୍କ ବିୟୋଗରେ ଭାଙ୍ଗିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର

ମାଙ୍କ ବିୟୋଗରେ ଭାଙ୍ଗିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର
SHARE NOW :

ମୁମ୍ବାଇ, ୮.୯ (ଲାଇଭ୍ ଓଡିଶା ନ୍ୟୁଜ୍‌): ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ଦେହାନ୍ତ ହୋଇଛି ।

ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଜ ସୋସିଆଲ ମିଡିଆ ଜରିଆରେ ଏହା ଜଣାଇଛନ୍ତି ବଲିଉଡର ସୁପର ଷ୍ଟାର ଅକ୍ଷୟ କୁମାର।
ତେବେ କିଛି ଦିନ ହେବ ତାଙ୍କ ମାଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇଥିବାରୁ । ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା । ମାତ୍ର ଆଜି ତାଙ୍କର ପରଲୋକ ହୋଇଛି ।


ପୂର୍ବରୁ ବାପାଙ୍କୁ ହରାଇଥିବା ଅକ୍ଷୟ କୁମାର ଆଜି ମା’ଙ୍କୁ ହରାଇଛନ୍ତି । ମାଙ୍କ ବିୟୋଗରେ ପୂରା ଭାଙ୍ଗି ପଡିଛନ୍ତି ଅକ୍ଷୟ କୁମାର । ସେ ତାଙ୍କ ମାଙ୍କର ସହ ବହୁତ ନିକଟତର ଥିଲେ ବୋଲି କହିବା ସହ ସେ ଓ ତାଙ୍କ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା କଥା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts