FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ମୁମ୍ବାଇରେ ୧୪୪ ଧାରା ଜାରି,ଗଣପତିଙ୍କ ମଣ୍ଡପକୁ ଯାଇପାରିବେନି ଶ୍ରଦ୍ଧାଳୁ

ମୁମ୍ବାଇରେ ୧୪୪ ଧାରା ଜାରି,ଗଣପତିଙ୍କ ମଣ୍ଡପକୁ ଯାଇପାରିବେନି ଶ୍ରଦ୍ଧାଳୁ

ମୁମ୍ବାଇରେ ୧୪୪ ଧାରା ଜାରି,ଗଣପତିଙ୍କ ମଣ୍ଡପକୁ ଯାଇପାରିବେନି ଶ୍ରଦ୍ଧାଳୁ
SHARE NOW :

ନୂଆଦିଲ୍ଲୀ, ୧୦.୯ ( ଲାଇଭ୍ ଓଡିଶା ନ୍ୟୁଜ୍‌): ଆଜି ପବିତ୍ର ଗଣେଶ ପୂଜା ବିଦ୍ୟାଦାତା ଭଗବାନ ଗଣେଶଙ୍କୁ ଦେଶବ୍ୟାପୀ ପୂଜାର୍ଚ୍ଚନା କରାଯାଇଛି ।

କରୋନା ଭାଇରସ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶରେ ଗଣେଶ ପୂଜାର ଆୟୋଜନ ହେଉଛି । ମହାରାଷ୍ଟ୍ରରେ ଆଜିଠାରୁ ଗଣେଶ ଉତ୍ସବ ଆରମ୍ଭ ହୋଇ ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଗଣେଶ ପାଳନ କରାଯିବ ।

ଏନେଇ ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଛି । ଏହା ବ୍ୟତୀତ ଶ୍ରଦ୍ଧାଳୁଙ୍କୁ ଗଣପତିଙ୍କ ମଣ୍ଡପ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ପୂଜାପରେ ଭସାଣୀ ଶୋଭାଯାତ୍ରାର ଆୟୋଜନ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

ଗଣେଶ ପୂଜା ପୂର୍ବରୁ ମହାରାଷ୍ଟ୍ରରେ କରୋନା ଭାଇରସର ୩ୟ ଲହର ଆସିବାର ଆଶଙ୍କା କରି ମୁମ୍ବାଇ ମେୟର କିଶୋରୀ ପେଡନେକର ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ଘରେରହି ଗଣେଶ ଚତୁର୍ଥୀ ପାଳନ କରନ୍ତୁ । ମୁଁ ମଧ୍ୟ ବାହାରକୁ ନଯାଇ ଘରେ ଗଣେଶ ପୂଜା କରିବି ବୋଲି ସେ କହିଛନ୍ତି । କରୋନାର ୩ୟ ଲହର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ଏହା ପୂର୍ବରୁ ଗତ ଅଗଷ୍ଟ ମାସର ଶେଷରେ ମହାରାଷ୍ଟ୍ର ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପାର୍ବଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ କାର୍ଯ୍ୟକ୍ରମରେ ଲୋକେ ଯେପରି ଏକାଠି ନହେବେ କଟକଣା ଲଗାଇବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts