ସିନେମା ଦେଥିଲେ ମିଳିବ ୧ଲକ୍ଷ ଟଙ୍କା

SHARE NOW :
୧୯.୯(ଲାଇଭ୍ ଓଡିଶା ନ୍ୟୁଜ୍): ବ୍ୟସ୍ତବହୁଳ ଜୀବନରେ ଟିକେ ଚାପମୁକ୍ତ ହେବା ପାଇଁ ଲୋକେ ମନୋରଞ୍ଜନକୁ ମାଧ୍ୟମ କରନ୍ତି । ସେଥିପାଇଁ ଅନେକ ଲୋକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ସିନେମା ହଲକୁ ଯାଇ ଶହ ଶହ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି । କାହାକୁ କମେଡି ସିନେମା ପସନ୍ଦ ଥାଏ ତ କାହାକୁ ଆକ୍ସନ ଥ୍ରୀଲରଭରା ଫିଲ୍ମ ଦେଖିବାକୁ ଭଲ ଲାଗେ । ଏମିତିକି ଫ୍ୟାମିଲି ଡ୍ରାମା କିମ୍ବା ସତ ଘଟଣା ଉପରେ ଆଧାରିତ ଫିଲ୍ମ ଦେଖିବାକୁ ବି ଅନେକ ଲୋକ ପସନ୍ଦ କରିଥାନ୍ତି।
ହେଲେ ଭାବିଲେ ଯଦି ଆପଣ ଫିଲ୍ମ ଦେଖିବେ କିନ୍ତୁ ଆପଣଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି ବରଂ ଓଲଟା ଆପଣଙ୍କୁ ଟଙ୍କା ମିଳିବ, ସେ ବି ହଜାରେ କି ୨ହଜାର ନୁହଁ ବରଂ ପାଖାପାଖି ଏକ ଲକ୍ଷ ଟଙ୍କା ।
କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ । ଆପଣ ୧୩ଟି ସିନେମା ଦେଖିବେ ଏବଂ ଆପଣଙ୍କୁ ମିଳିବ ୧୩ଶହ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୧ଲକ୍ଷ ଟଙ୍କା ।
ଫାଇନାନ୍ସବଜ୍ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏଥିପାଇଁ ଆପଣଙ୍କୁ ହରର୍ ସିନେମା ଦେଖିବାକୁ ପଡିବ । ଏନେଇ କମ୍ପାନୀ ୧୩ଟି ଭୟଙ୍କର ହରର ବା ଭୂତ ଫିଲ୍ମର ତାଲିକା ପ୍ରସ୍ତୁତ କରିଛି ଯାହାକୁ ଦେଖିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୩୦୦ ଡଲାର ଅର୍ଥାତ ପ୍ରାୟ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବ ଫାଇନାନ୍ସବଜ୍ କମ୍ପାନୀ । ଏନେଇ ଏହି ୱେବସାଇଟରେ ଘୋଷଣା କରାଯାଇଛି ।
ତେବେ ଫିଲ୍ମ ଦେଖିବା ସମୟରେ କମ୍ପାନୀ ପକ୍ଷରୁ ସେହି ବ୍ୟକ୍ତିଙ୍କର ହୃଦସ୍ପନ୍ଦନ ମପାଯିବ ।
ତେବେ ୱେବ୍ସାଇଟରେ ପ୍ରକାଶିତ ହୋଇଥିବା ଫିଲ୍ମଗୁଡିକର ନାମ ହେଲା ଅମିଟିଭିଲ୍ଲେ ହରର୍ , ଏ କ୍ୱିଟ୍ ପ୍ଲେସ୍ , ଏ କ୍ୱିଟ୍ ପ୍ଲେସ୍ ପାର୍ଟ ୨, କ୍ୟାଣ୍ଡି ମ୍ୟାନ୍ , ଇନ୍ସିଡିୟସ୍ , ଦ ବ୍ଲେୟର ୱିଚ୍ ପ୍ରୋଜେକ୍ଟ , ସିନିଷ୍ଟର , ଗେଟ୍ଆଉଟ୍ , ଦ ପର୍ଜ୍ ,୨୦୧୮ ରିମେକ୍ ଅଫ୍ ପାରାନର୍ମାଲ ଆକ୍ଟିଭିଟି , ହାଲୋୱିନ୍, ଆନାବେଲ୍ ଇତ୍ୟାଦି ।