ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

SHARE NOW :
ଓଡିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ର କିଡନୀଜନିତ ସମସ୍ୟା ଯୋଗୁଁ ଘରୋଇ ହସ୍ପିଟାଲରେ ସଙ୍କଟାପର୍ଣ୍ଣ ସ୍ଥିତିରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।
ଦୀର୍ଘଦିନ ଧରି ସେ କିଡନୀଜନିତ ସମସ୍ୟାରେ ପୀଡିତ ଥିଲେ । ବାରମ୍ବାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ମଙ୍ଗଳବାର ତାଙ୍କୁ ଓଡ଼ିଶା ମ୍ୟୁଜିକ୍ ୱେଲ୍ଫେୟାର ଆସୋସିଏସନ୍ର ସଦସ୍ୟମାନେ ରକ୍ତ ଯୋଗାଇ ଦେଇଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
ନବେ ଦଶକରେ ଓଡ଼ିଆ ସିନେ ଜଗତ ଓ ଆଲ୍ବମ୍ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶକ୍ତି ମିଶ୍ର। ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଆଦି ବହୁ ହିଟ୍ ଗୀତ ସେ ଗାଇଛନ୍ତି।