FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ପଶ୍ଚିମ ଓଡ଼ିଶାର ବଡଖା ତିହାର ନୁଆଁଖାଇ

ପଶ୍ଚିମ ଓଡ଼ିଶାର ବଡଖା ତିହାର ନୁଆଁଖାଇ

ପଶ୍ଚିମ ଓଡ଼ିଶାର ବଡଖା ତିହାର ନୁଆଁଖାଇ
SHARE NOW :

ଭୁବନେଶ୍ୱର, ୧୧/୯ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌/ ଦିଲ୍ଲୀପ ସାହୁ): ବଛର ଟାକେ ଥରେ ଆଏଶି ଆମର ତିହାର ନୂଆଁଖାଇ ମାନତା ଗୁନତା ବଡ ବଡଖା ସବକୁ ମୋର ନୁଆଁଖାଇ ଜୁହାର । ଭୁଦୋର କାଦୋ ସଲଲୁଛେ, ନଲ ନଲିଆ ଉଛଲୁଛେ । ଲୁକ ଲୁକାନି ଖେଲୁଛନ ଛାଆଁ ଆର ଖରା । ଆଟଁ ଧାନ. ଗୁଡା ଧାନ ପାଚଲାନ କେରା କେରା । ଝାକଁର ଦଦା ସବକର ଘରେ ଧାନ ଖେଢେ ଖେଡେ ଦେଲାନ । ଆର ତାର ଅଢିଆ ନେଲାନ । ଖିରି ପୁରି ମଢା ସୁଆଁଲି ପିଠାଥି ମହକି ଜାଉଛେ ଘର ଦୁଆର ମାନତା ଗୁନତା ବଡ ବଡଖା ସବକୁ ମୋର ନୁଆଁଖାଇ ଜୁହାର ।


ଆମେ କହୁଛୁ ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ କଥା । ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମି ତିଥିରେ ପାଳନ ହୋଇଥାଏ ଏହି ପର୍ବ । ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା ସମଲେଇ ପାଖରେ ନୁଆଁ ଧାନରେ ତିଆରି ନର୍ବନ୍ନ ଭୋଗ ଲାଗିଥାଏ । ସେଇ ଭୋଗକୁ ନର୍ବାନ୍ନ ଭୋଗ ବା ନୁଆଁଖାଇ କୁହାଯାଏ । ଚଳିତ ବର୍ଷ ଭାଦ୍ରବ ମାସ ଇଂରାଜି ୧୧ ତାରିଖରେ ତିଥି ନିର୍ଘଣ୍ଟ କରାଯାଇଛି , ସେଥିପାଇଁ ଚଳ ଚଂଚଳ ହୋଇ ପଡିଛି ସାରା ପଶ୍ଚିମ ଓଡିଶା ।


ଦ୍ରୁର ଦୁରାନ୍ତରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ଘର ବାହୁଡା ହେଲେଣି । ସାରା ପଶ୍ଚିମ ଓଡିଶାବାସି ଗୋଟିଏ ଭାବର ଡୋରରେ ବନ୍ଧା ହେଲା ଭଳି , ଯିଏ ଯେଉଁଠି ଥାଉନା କାହିଁକି ନୁଆଁଖାଇରେ ଘରକୁ ନିହାତି ଫେରିବେ । ଜେମିତି ମା ସମଲେଇ ପଶ୍ଚିମ ଓଡିଶାବାସୀଙ୍କୁ ଗୋଟିଏ ଡୋରରେ ବାନ୍ଦି ଦେଇଛି । ସେଥିପାଇଁ ତ ଯେଉଁଠି ଥିଲେବି ଆଜି ଗାଁ ମୁଖା ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଗାଁକୁ ଯିବେ ସମସ୍ତେ ମିଳିମିଶିି ନୁଆଁ ଖାଇବେ, ରାଗରୁସାକୁ ଭୁଲି ଏକାଠି ହେବେ । ସେଥିପାଇଁ ତ ନୁଆଁଖାଇକୁ କୁହାଯାଏ ଭାଇଚାରାର ପର୍ବ, ଏକତାର ପର୍ବ, ମିଳନର ପର୍ବ ପଶ୍ଚିମ ଓଡିଶାର ଗଣ ପର୍ବ ।

ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ, ବା ନବରଙ୍ଗୀ ତିହାର ନୁଆଁଖାଇ, ନଅ ଗୋଟି ରିତିନୀତି କୁ ନେଇ ନୁଆଁଖାଇ ପାଳନ କରାଯାଇଥାଏ । ସେଥିପାଇଁ ଏହାକୁ ନବରଙ୍ଗୀ ତିହାର ମଧ୍ୟ କୁହାଯାଏ । ନୂଆଖାଇ ପର୍ବକୁ ନେଇ ସଜବାଜ ଆରମ୍ଭ ହେଲାଣି । ନୁଆଁଖାଇରେ ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଘରକୁ ଆସନ୍ତି, ଆଉ ଗୋଟିଏ ଜାଗାରେ ମିଶିି ନର୍ବାନ୍ନ ଖାଇଥାନ୍ତି । ନୁଆଁଖାଇ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ । ଏହି ଦିନ ବଡ଼ିସକାଲୁ ବିଲରୁ ନୁଆଁଧାନ ଅଣାଯାଇ ସେଥିରେ ନବାର୍ଣ୍ଣ ତିଆର ହୁଏ । ଏହାକୁ ଭିନ୍ନ ଭିନ୍ନ ଜାତିର ଲୋକମାନେ ଭିନ୍ନ ଭିନ୍ନ ପତ୍ରରେ ଇଷ୍ଠ ଦେବୀଙ୍କ ପାଖରେ ଭୋଗ ଲଗାନ୍ତି । ପରେ ପୁରା ପରିବାର ମିଶି ଏକାଠି ନୁଆଁ ଅନ୍ନ ଖାଇଥାନ୍ତି । ଏହା ପରେ ଆରମ୍ଭ ହୋଇଥାଏ ନୁଆଁଖାଇ ଭେଟଘାଟ, ଶେଷରେ ସାନ ମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆଶ୍ରିବାଦ ଗ୍ରହଣ କରିଥାନ୍ତି । ଏହି ଅବସରରେ ଜମିଥାଏ ନାଚ ଗିତର ଆସର । ତାଶା ନିଶାନ ଢାପ୍‌ର ତାଳେ ତାଳେ ଝୁମି ଥାଆନ୍ତି ପଶ୍ଚିମ ଓଙ୍ଗିଶାବାସୀ ।

ଅନ୍ୟ ପଟେ ପଶ୍ଚିମ ଓଡିଶାର ବହୁତ ଲୋକ ଦେଶ ଓ ଦେଶ ବାହାରେ ରହୁଥିବାରୁ ଏବେ ସମସ୍ତେ ଘର ବାହୁଢା ହେଉଛନ୍ତି । ସେଥିପାଇଁ କରୋନା ମହାମାରୀ ସମୟରେ ମଧ୍ୟ ନାହିଁନ ଥିବା ଭିଡ ଦେଖିବାକୁ ମିଳିଛି । କେରୋନା ଭୟ ଥାଇ ମଧ୍ୟ ପଶ୍ଚିମ ଓଡିଶା ଲୋକଙ୍କ ମନରେ ଘରକୁ ଫେରିବାର ଆଗ୍ରହ ଦେଖିବାକୁ ମିଳିଛି । ବସ , ଟ୍ରେନ୍ , ଫ୍ଲାଇଟରେ ପଶ୍ଚିମ ଓଡିଶା ଲୋକଙ୍କ ଯିବାଆସିବାରେ ଭିଡ ଦେଖିବାକୁ ମଳିିଛି । ଆଉ ମନ ଭିତରେ ଖେଲି ଯାଇଛି ଖୁସିର ଲହରି । କାହିଁକିନା ଘରକୁ ଫେରିବେ ପରିବାର ସହିତ ନୁଆଁଖାଇବେ । ନାଚଗୀତ ସହିତ ଖାଇବା ପିଇବାର ଆସର ଜମେଇବେ ।

Leave a Reply

Your email address will not be published. Required fields are marked *

Related Posts