ସୁପର ଡ୍ୟାନ୍ସର ୪ର ବିଜେତା ହେଲେ ଫ୍ଲୋରିନା ଗୋଗୋଇ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଆକ୍ସନ ଓ ରୋମାଣ୍ଟିକ୍ ଫିଲ୍ମଠାରୁ ଦର୍ଶକେ ରିୟାଲିଟି ସୋ ଗୁଡିକୁ ବେଶୀ ପସନ୍ଦ କରିଥାନ୍ତି । ଏମିତି ଏକ ରିୟାଲିଟି ସୋ ସୋନି ଟିଭିରେ ପ୍ରସାରିତ ହେଉଥିଲା । ଯାହାର ନାଁ ଥିଲା ସୁପର ଡ୍ୟାନ୍ସର ଚାପ୍ଟର୪ । ଦର୍ଶକମାନେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ । ତେବେ ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ ସୁପର ଡ୍ୟାନ୍ସର ସିଜିନ୪ର ବିଜେତା ଘୋଷଣା କରାଯାଇଛି । ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ ହୋଇଛନ୍ତି ସୁପର ଡାନ୍ସର ଚାପ୍ଟର ୪ ବିଜେତା। ବଜେତା ଭାବରେ ତାଙ୍କୁ ଏକ ଆକର୍ଷଣୀୟ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି। ଏହାସହିତ ତାଙ୍କ ସୁପର୍ ଗୁରୁ ତୁଷାର ଶେଟ୍ଟୀଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମିଳିଛି।
ଏହି ଶୋ’ରେ ଚାରିଜଣ ଫାଇନାଲିଷ୍ଟ ଥିଲେ ନୂଆଦିଲ୍ଲୀରୁ ଇଶା ମିଶ୍ର, ପଞ୍ଜାବରୁ ସଞ୍ଚିତ ଚନାନା, ବେଲଗାମ୍ କର୍ଣ୍ଣାଟକରୁ ପୃଥୀରାଜ ଏବଂ ମଧ୍ୟପ୍ରଦେଶରରୁ ନୀରଜା ତିୱାରୀ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସୁପର ଡାନ୍ସର୍ ଚାପ୍ଟର ୪ର ବଜିୟ ମୁକୁଟ ପିନ୍ଧିଛନ୍ତି ଫ୍ଲୋରିନା। ଜିତିବା ପରେ ତାଙ୍କୁ ସୋଶିଆଲ ମିଡିଆ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।