FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କନ୍ନଡ ଅଭିନେତା ପୁନୀତ ରାଜଙ୍କ ପରଲୋକ

କନ୍ନଡ ଅଭିନେତା ପୁନୀତ ରାଜଙ୍କ ପରଲୋକ

କନ୍ନଡ ଅଭିନେତା ପୁନୀତ ରାଜଙ୍କ ପରଲୋକ
SHARE NOW :

ବେଙ୍ଗାଲୁରୁ(ଲାଇଭ ଓଡିଶା ନ୍ୟୁଜ): କନ୍ନଡ ସିନେମାର ଜଣାଶୁଣା ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି । ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ସୂଚନା ଅନୂଯାୟୀ, ପୁନୀତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆଜି ୧୧ଟା ୩୦ମିନିଟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂଙ୍କଟାପୂର୍ଣ୍ଣ ଥିବା ହେତୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଉକ୍ତ ହସ୍ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ । ଶତ ପ୍ରୟାସ ପରେ ମଧ୍ୟ ବିଫଳ ହୋଇଥିଲେ ଡାକ୍ତରୀ ଟିମ୍ । ଶେଷରେ ଆଖି ବୁଜିଥିଲେ ପୁନିତ ।

ଏହି ଘଟଣା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । କନ୍ନଡର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ ପୁନୀତ ରାଜ ୨୯ବର୍ଷ ବୟସରେ କନ୍ନଡ ଫିଲ୍ମରେ ଲିଡ ରୋଲରେ ଅଭିନୟ କରିଥିଲେ । ୧୯୮୫ରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚିତ୍ର ପୁରଷ୍କାର ମଧ୍ୟ ପାଇଥିଲେ ।

Leave a Reply

Your email address will not be published. Required fields are marked *

Related Posts