FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ଛାଡପତ୍ର ପରେ ପ୍ରେମରେ ପଡିଲେ ମନିଶା ଲାମ୍ବା

ଛାଡପତ୍ର ପରେ ପ୍ରେମରେ ପଡିଲେ ମନିଶା ଲାମ୍ବା

ଛାଡପତ୍ର ପରେ ପ୍ରେମରେ ପଡିଲେ ମନିଶା ଲାମ୍ବା
SHARE NOW :

ମୁମ୍ବାଇ(ବ୍ୟୁରୋ): ଗତ ବର୍ଷ ସେ ସ୍ୱାମୀ ରିଆନ୍ ଥାମଙ୍କ ସହ ସମ୍ପର୍କ ଭାଙ୍ଗି ଛାଡପତ୍ର ନେଇଥିଲେ। ବିବାହର ବନ୍ଧନ ଭାଙ୍ଗିବାର ଏକ ବର୍ଷ ପରେ ସେ ପୁଣିଥରେ ପ୍ରେମରେ ପଡିଛନ୍ତି । ଏହା ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି। ସେ ରିଲେସନରେ ଅଛନ୍ତି ବୋଲି ନିଜେ ସ୍ୱୀକାର କରିଛନ୍ତି। କିଛି ଦିନ ପୂର୍ବେ ସେ ସମ୍ପର୍କ ବିଷୟରେ ଜ୍ଞାନ ଦେଇଥିଲେ ଯେଉଁଥିରେ ସେ କହିଥିଲେ, ‘ଯେତେବେଳେ ସମ୍ପର୍କ ବିଷାକ୍ତ ହୋଇଯାଏ, ସେତେବେଳେ ତାହାକୁ ବାହାର କରିବା ଦେବା ଠିକ୍ ହୋଇଥାଏ।‘

ଫିଲ୍ମ ‘ୟହାଁ’ରୁ ବଲିଉଡରେ ଡେବ୍ୟୁ କରିଥିବା ମିନିଶା ଲାମ୍ବା ନିକଟରେ ତାଙ୍କ ଲଭ୍ ଲାଇଫକୁ ପ୍ରକାଶ କରିଛନ୍ତି। ସେ ଜଣେ ପୁରୁଷଙ୍କ ପ୍ରେମରେ ଅଛନ୍ତି । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ମୁଁ ଜଣେ ସୁନ୍ଦର ବ୍ୟକ୍ତିଙ୍କ ସହ ଖୁସିରେ ଅଛି। ତଥାପି ମିନିଶା ତାଙ୍କ ପ୍ରେମିକର ନାମ ପ୍ରକାଶ କରିନାହାଁନ୍ତି।

ଅଭିନେତ୍ରୀ କହିଛନ୍ତି, ମୁଁ କହିବାକୁ ଚାହେଁ ଯେ କୌଣସି ସମ୍ପର୍କ କିମ୍ବା ବିବାହର ସମାପ୍ତି ଆପଣଙ୍କ ଜୀବନର ଶେଷ ନୁହେଁ। ଆପଣଙ୍କ ପାଖରେ ସର୍ବଦା ପ୍ରେମ କରିବାର ଦ୍ୱିତୀୟ ସୁଯୋଗ ଅଛି ଯାହା ଆପଣଙ୍କ ଅତୀତକୁ ଅଲଗା କରିଦିଏ । ବର୍ତ୍ତମାନ ମୁଁ କେବଳ ଏହି କାରଣରୁ ଏହା ବିଷୟରେ କହୁଛି ଯାହା ଦ୍ୱାରା ମୁଁ ଏହି ପରିସ୍ଥିତିରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିପାରିବି ଏବଂ ଦେଖାଇବି ଯେ ସବୁକିଛି ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *

Related Posts