ଛାତରୁ ଡେଇଁ ମଡେଲଙ୍କ ଆତ୍ମହତ୍ୟା

SHARE NOW :
ଉତ୍ତର ପ୍ରଦେଶ (ଲାଇଭ ଓଡ଼ିଶା ନ୍ୟୁଜ୍): ଉତ୍ତର ପ୍ରଦେଶର ନୋଏଡାରେ ପାରାମାଉଣ୍ଟ ଇମୋଶନଓ ସୋସାଇଟିର ୧୪ତମ ମହଲାରୁ ଡେଇଁ ଜଣେ ମଡେଲ ଆତ୍ମହତ୍ୟା କରିଛନ୍ତି । ପୋଲିସର ଯାଂଚରୁ ଜଣାଯାଇଛି ଯେ, ମୁମ୍ବାଇରେ ମଡେଲିଂ କରୁଥିବା ପ୍ରିୟା ନିଜର ବଡ଼ଭଉଣୀଙ୍କ ପାଖକୁ ଆସିଥିଲେ ।
ପ୍ରିୟାଙ୍କ ସହିତ ମୁମ୍ବାଇର ପୁରୁଷ ବନ୍ଧୁ ମଧ୍ୟ ଆସିଥିଲେ । ଉଭୟ ରବିବାର ରାତି ପାର୍ଟି କରିଥିଲେ । ବଡ଼ ଭଉଣୀ ଏବାବଦରେ ମା’ଙ୍କୁ କହିଥିଲେ । ଏହା ପରେ ପ୍ରିୟାଙ୍କ ମା’ ସୋମବାର ସକାଳୁ ପାରାମାଉଣ୍ଟ ଇମୋଶନଓ ପହଂଚି ଗାଳି କରିଥିଲେ । ମା’ଙ୍କ ଅଜସ୍ର ଗାଳିରେ ପ୍ରିୟା ଦୁଃଖ ପ୍ରକାଶ କରି ୧୪ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ପୋଲିସ କହିଛି ମାମଲା ନେଇ ଆବଶ୍ୟକ ପଡ଼ିଲେ ପ୍ରିୟାଙ୍କ ପୁରୁଷ ବନ୍ଧୁକୁ ମୁମ୍ବାଇରୁ ଡକାଯିବ ।