FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ଓଡିଆ କଣ୍ଠଶିଳ୍ପୀ ତପୁମିଶ୍ର ଗୁରୁତର

ଓଡିଆ କଣ୍ଠଶିଳ୍ପୀ ତପୁମିଶ୍ର ଗୁରୁତର

ଓଡିଆ କଣ୍ଠଶିଳ୍ପୀ ତପୁମିଶ୍ର ଗୁରୁତର
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଓଡିଆ ସଙ୍ଗୀତ ଜଗତର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରରେ ବାରମ୍ବାର ଅକ୍ସିଜେନ ସ୍ତର କମିଯାଉଛି । ସେଥିଲାଗି ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ସେ ଗତ ୨୬ ଦିନ ହେଲା କରୋନା ସଂକ୍ରମଣ ଯୋଗୁଁ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପ୍ରଥମେ ଗୋଟିଏ ହସ୍ପିଟାଲ୍‌ରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲ୍‌କୁ ଚିକିତ୍ସା ଲାଗି ସ୍ଥାନାନ୍ତର ହୋଇଥିଲେ ବୋଲି ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts