FOLLOW US ON SOCIAL

  1. Home
  2. »
  3. ମନୋରଂଜନ
  4. »
  5. ଅଭିନୟ ଛାଡି ରାଜନୀତିରେ ଯୋଗ ଦେବେ ବଲିଉଡ୍ କୁଇନ୍ କଙ୍ଗନା !

ଅଭିନୟ ଛାଡି ରାଜନୀତିରେ ଯୋଗ ଦେବେ ବଲିଉଡ୍ କୁଇନ୍ କଙ୍ଗନା !

ଅଭିନୟ ଛାଡି ରାଜନୀତିରେ ଯୋଗ ଦେବେ ବଲିଉଡ୍ କୁଇନ୍ କଙ୍ଗନା !
SHARE NOW :

ମୁମ୍ବାଇ ୧୧/୦୯ (ଲାଇଭ୍ ଓଡିଶା ନ୍ୟୁଜ୍‌): ବଲିଉଡ ଜଗତର ବେଶଜଣା ଶୁଣା ଚେହେରା କଙ୍ଗନା ରାନାୱତ। ଯେ କୌଣସି ପ୍ରସଙ୍ଗ ହେଉ ନା କାହିଁକି ନିଜ ମତକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରିବା ପାଇଁ ସେ ବେଶ ଜଣାଶୁଣା। ଗତ କିଛି ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା କଙ୍ଗନା ରଣାୱତଙ୍କ ଫିଲ୍ମ ‘ଥଲାଇଭି’ ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ସେ ସ୍ୱର୍ଗତ ଭେଟେରାନ ରାଜନେତା ଜେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଥିଲେ ।


ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କଙ୍ଗନା ରଣାୱତ ରାଜନୈତିକ ଦୁନିଆରେ ପାଦ ଦେବେ କି? ତେବେ ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ମତ ରଖିଛନ୍ତି । କଙ୍ଗନା କହିଛନ୍ତି ଯେ ଏହା ସମ୍ପୁର୍ଣ୍ଣ ଜନସାଧାରଣଙ୍କ ହାତରେ ‘ମୁଁ ଜଣେ ନେତା ହୋଇପାରିବି କି ନାହିଁ ତାହା ମୋ ହାତରେ ନାହିଁ। ଲୋକଙ୍କ ସମର୍ଥନ ବିନା ଆପଣ ପଞ୍ଚାୟତ ନିର୍ବାଚନ ମଧ୍ୟ କରିପାରିବେ ନାହିଁ। ଏଥିସହ ସେ କହିଥିଲେ ଯେ ‘ଯଦି ମୁଁ ରାଜନୀତିରେ ପ୍ରବେଶ କରେ, ତେବେ ଏହା ଲୋକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ ।

ମୁଁ ଜଣେ ଜାତୀୟତାବାଦୀ ଏବଂ ମୁଁ ଦେଶ ସହ ଜଡିତ ପ୍ରସଙ୍ଗରେ କଥାବାର୍ତ୍ତା କରେ। ଏହି କାରଣରୁ ଲୋକମାନେ ଭାବନ୍ତି ମୁଁ ରାଜନୈତିକ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରେ । ମୁଁ ଜଣେ ଦାୟିତ୍ୱବାନ ନାଗରିକ ।

ତେବେ ଏହି କାର୍ଯ୍ୟକ୍ରମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି । ଫିଲ୍ମ କରିବା ପରେ ରାଜନୀତି ବହୁତ କଠିନ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ତୁମ ବନ୍ଧୁ ଶତ୍ରୁ ପାଲଟିଯାଇଥାନ୍ତି, ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts