FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଆମେରିକା ଆକ୍ରମଣ ୯/୧୧ କୁ ପୁରିଲା ୨୦ ବର୍ଷ

ଆମେରିକା ଆକ୍ରମଣ ୯/୧୧ କୁ ପୁରିଲା ୨୦ ବର୍ଷ

ଆମେରିକା ଆକ୍ରମଣ ୯/୧୧ କୁ ପୁରିଲା ୨୦ ବର୍ଷ
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା ନ୍ୟୁଜ୍‌): ଆଜିକୁ ଠିକ୍ ୨୦ ବର୍ଷ ତଳେ ଆମେରିକା ଇତିହାସରେ ଘଟିଥିଲା ସବୁଠୁ ବଡ ଦୁଃଖଦ ଘଟଣା ଯାହାକୁ ଆଜି ପର୍ଯ୍ୟନ୍ତ ବି ଭୁଲିପାରିନି ଆମେରିକା । ଏହି ଆକ୍ରମଣରେ ଥରି ଉଠିଥିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ । ୧୧୦ ମହଲା ବିଶିଷ୍ଟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ମାଡ କରିଧ୍ୱଂସ କରିଦେଇଥିଲେ ଆତଙ୍କବାଦୀ । ଏଥିରେ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ , ୨୫ ହଜାର ଲୋକ ଆହତ ହୋଇଥିଲେ ଏବଂ ୧୦ ବିଲୟନ ଡଲାର ମୂଲ୍ୟର ସମ୍ପତି ନଷ୍ଟ ହୋଇଥିଲା ।


ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆମେରିକା ଆତଙ୍କବାଦ ନିପାତ ଅଭିଯାନ ଆରମ୍ଭ କରିଥିଲା । ଆକ୍ରମଣ ଘଟାଇଥିବା ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ଖୋଜି ଖୋଜି ପାକିସ୍ତାନ-ସୀମାବର୍ତ୍ତୀ ଅଂଚଳ ଆବୋଟାବାଦରେ ୨୦୧୧ରେ ମାରିଥିଲା ଆମେରିକା । ତାଲିବାନୀ ଶାସନ ଯିବା ପରେ ଆମେରିକା ଓ ଭାରତ ଭଳି ଦେଶର ସହାୟତାରେ ବିକାଶ ଦିଗରେ ଆଗେଇ ଚାଲିଥିଲା ଆଫାଗାନିସ୍ତାନ । ମହିଳାମାନଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ମିଳିଥିଲା । ପାଠ ପଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ନିଜର କ୍ଷମତା ଗଠନ କରିପାରିଥିଲା ।


ପୁଣି ୨୦ ବର୍ଷ ତଳକୁ ଫେରିଯାଇଛି ଆଫାଗାନିସ୍ତାନ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଚାଲିଯିବା ପରେ ସେଠାକାର ସ୍ଥିତି ଏହିପରି ହୋଇଯାଇଛି । ନୂଆ ରାଷ୍ଟ୍ରମୁଖ୍ୟ ସହ ସରିଆ ଆଇନ ଅନୁସାରେ ଦେଶ ଚଳାଇବାକୁ ଘୋଷଣା କରିଛି ତାଲିବାନ । ତାଲିବାନ ଶାସନ ଆରମ୍ଭ କରିବାପରେ ଆଫଗାନର ସ୍ୱାଧୀନତା ବାଜିରେ ଲାଗିଛି । ପ୍ରତି ମୂହୂର୍ତରେ ଜୀବନ ଯିବାର ଭୟ ସେମାନଙ୍କୁ ଘାରିଛି । ଆଫଗାନ ଏବେ ସମ୍ପୂର୍ଣ ଭାବେ ତାଲିବାନ କବଜ୍‌ା କୁ ଆସିବା ପରେ ଜୀବନ ମରଣ କୁ ନେଇ ସଂଗ୍ରାମ କରୁଛନ୍ତି ଆଫଗାନ ବାସୀ ।

Leave a Reply

Your email address will not be published. Required fields are marked *

Related Posts