ଏନ୍ଡିଏ ନିତି ନିର୍ଦ୍ଧାରଣ ପାଇଁ ସୁପ୍ରିମକୋର୍ଟକୁ ୧୦ ଦିନର ସମୟ ମାଗିଲା କେନ୍ଦ୍ର

SHARE NOW :
ନୂଆଦିଲ୍ଲୀ,୮.୯ (ଲାଇଭ୍ ଓଡିଶା ନ୍ୟୁଜ୍ ): ଏଥର ଏନଡ଼ିଏରେ ସାମିଲ ହୋଇପାରିବେ ମହିଳା । ଏନେଇ କେନ୍ଦ୍ରସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । କେନ୍ଦ୍ରସରକାର କହିଛନ୍ତି ଏନଡ଼ିଏ ଏବଂ ନାଭାଲ ଏକାଡେମିରେ ମହିଳାମାନଙ୍କ ପ୍ରବେଶକୁ ଅନୁମତି ମିଳିବ । ଏନେଇ ତିନି ସେବା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମହିଳା କ୍ୟାଡେଟଙ୍କୁ ଏହି ଦୁଇଟି ସଂସ୍ଥାରେ ସୁଯୋଗ ମିଳିବ କିନ୍ତୁ କେଉଁ ପଦ୍ଧତିରେ ମିଳିବ ସେ ନେଇ ନୀତି ନିର୍ଦ୍ଧାରିତ ହୋଇନାହିଁ ।
ଅନ୍ୟପକ୍ଷରେ ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଖୂସି ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି ।
ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ।ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଆନନ୍ଦିତ। ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ
କୋର୍ଟ ୧୦ ଦିନର ସମୟ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ ଝିଅମାନଙ୍କୁ ଏନଡିଏ ଅର୍ଥାତ୍ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ସାମିଲ ହୋଇପାରିବା ନେଇ ଅନୁମତି ଦେଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହୋଇଥିବା ଏନଡିଏ ପରୀକ୍ଷାରୁ ଏହି ଆଦେଶ କାର୍ଯ୍ୟକାରୀ ହୋଇଥିଲା।