FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ?

କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ?

କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ?
SHARE NOW :

ଭୁବନେଶ୍ୱର(ଦିଲିପ ସାହୁ/ ଲାଇଭ୍ ଓଡିଶା ନ୍ୟୁଜ୍‌): ଜୋର ଧରିଛି ପଞ୍ଜାବ ରାଜନୀତି । ଘଡିକେ ଘୋଡା ଛୁଟୁଛି ଏବେ ପଞ୍ଜାବ ରାଜନୀତି ପ୍ରସଙ୍ଗ । କିଏ ଦଳ ଛାଡୁଛି ତ କିଏ ମୁଖ୍ୟମନ୍ତ୍ରୀ ହେବାକୁ ମଙ୍ଗୁ ନାହାଁତି । ଏବେ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ହେବ କିଏ । ଗତକାଲି କ୍ୟାପଟେନ ଅମରିନ୍ଦ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ , ଏବେ ନୁଆ କ୍ୟାପଟେନ କିଏ ହେବ ତାକୁ ନେଇ ବଢିଛି ଚର୍ଚ୍ଚା । ର୍ଚଚ୍ଚାରେ ଅନେକ ବଡ ବଡ କଂଗ୍ରେସ ନେତାଙ୍କ ନାଁ ରହିଛି । ହେଲେ ଏ ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଁ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆସିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଦୈାଡରେ ସୁନିଲ ଜାଖଡ ଓ ଅମ୍ବିକା ସୋନୀ ଆଗରେ ଥିବା ଶୁଣିବାକୁ ମିଳୁଛି ।


ସୁଚନା ଅନୁସାରେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅମ୍ବିକା ସୋନୀଙ୍କ ନାଁ ଆଗରେ ଥିଲା , କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାରୁ ଓହରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।ବିଶେଷ ସୂର୍ତ୍ତରୁ ପ୍ରକାଶ ପାଇଛି ଯେ ସେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାରେ ମନା କରିଦେଇଛନ୍ତି । ପରେ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସୋନୀଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ ହେଲେ ଅମ୍ବୀକା ସୋନୀ କାହା କଥା ଶୁଣିବାକୁ ନାରାଜ ।

ହେଲେ ଏଠି ପ୍ରଶ୍ନ ଉଠୁଛି ସୋନୀ ମ୍ୟାଡାମ ରାଜି ହେଉନାହାନ୍ତି କଣ ପାଇଁ ? ମନା କରିବା ପରେ ଅପରାହ୍ନରେ ବସିବାକୁ ଥିବା କଂଗ୍ରେସ ବିଧାୟକ ବୈଠକ ମଧ୍ୟ ବାତିଲ ହୋଇଛି । ସୁଚନା ଅନୁସାରେ ଏହି ବୈଠକରେ ନୁତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥାନ୍ତା । ସେପଟେ ଏକ ହୋଟେଲରେ ଏକାଠି ହୋଇଛନ୍ତି ହରିଶ ରାୱତ , ଅଜୟ ମାକନେ , ନବଜୋତ ସିଂ ସିଦ୍ଧୁ । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସେମାନେ ଚର୍ଚ୍ଚା ଚଲାଇଛନ୍ତି । କିନ୍ତୁ ଜଣାପଡିଛିଯେ ଏଥର ପାର୍ଟି ୨ ଜଣ ଙ୍କୁ ଉପମୁଖ୍ୟମନ୍ତ୍ରୀ ରଖିବେ ଏଥିରୁ ଜଣେ ଦଳିତ ର୍ବଗ ଏବଂ ଅନ୍ୟ ଜଣେ ଶିକ୍ଷା ସମ୍ପ୍ରଦାୟରୁ ରହିବେ ।

ମାତ୍ର ଏବେ କଥା ଉଠୁଛି ରାହୁଲ ଗାନ୍ଧି ଅମ୍ବିକା ସୋନୀଙ୍କୁ ବ୍ୟକ୍ତି ଗତ ଭାବରେ କହି ଥିଲେ ମଧ୍ୟ, ମୁଖ୍ୟମନ୍ତ୍ରୀ ହେବାକୁ ମଙ୍ଗୁ ନାହାନ୍ତି ଅମ୍ବିକା ସୋନୀ । ଏବେ ବାକି ରହିଲା ଦେଖିବାକୁ କିଏ ହେବେ ଆଗାମି ପଞ୍ଜାବ ମୁଖ୍ୟମନ୍ତ୍ରୀ । କାହା ହାତରେ ରହିବ ପଞ୍ଜାବ ଶାସନଭାର , କାହାକୁ ଚୟନ କରିବେ ସୋନିଆ ଗାନ୍ଧୀ । କେବେ ଆଉ କେଉଁ ନେତା ନାଁରେ ପଡିବ , ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗର ଜବନିକା ।

Leave a Reply

Your email address will not be published. Required fields are marked *

Related Posts