FOLLOW US ON SOCIAL

  1. Home
  2. »
  3. ସ୍ପେଶାଲ୍ ରିପୋର୍ଟ
  4. »
  5. ଛୁଆଙ୍କୁ ମୋବାଇଲ ଦେଲେ, ବାପା ଗଣିବେ ତଣ୍ଡ

ଛୁଆଙ୍କୁ ମୋବାଇଲ ଦେଲେ, ବାପା ଗଣିବେ ତଣ୍ଡ

ଛୁଆଙ୍କୁ ମୋବାଇଲ ଦେଲେ, ବାପା ଗଣିବେ ତଣ୍ଡ
SHARE NOW :

ଦିଲ୍ଲୀ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଛୋଟରୁ ବଡ଼ ଏବେ ସମସ୍ତେ ମୋବାଇଲରେ କବଳିତ । ନିତ୍ୟ ବ୍ୟବହାର୍ଯ୍ୟ ଭିତରେ ମୋବାଇଲ ଏକ ଅଭିନ୍ନ ଅଙ୍ଗ ହୋଇସାରିଛି । ଯାହା ଆବାଳବୃଦ୍ଧବନିତାମାନଙ୍କ ପାଇଁ ବିନା ମୋବାଇଲରେ କୌଣସି ବି କାର୍ଯ୍ୟ କରିବା ଆଜିକାଲି ସମୟରେ ଅସମ୍ଭବ ହୋଇପଡିଛି । ଏଭଳି ସମୟରେ ବିଭିନ୍ନ କମ୍ପାନୀମାନେ ଆକର୍ଷଣୀୟ ଏବଂ ଲୋଭନୀୟ କରିବା ସହ ବଜାରକୁ ମୋବାଇଲ ଛାଡୁଛନ୍ତି । ଏବେ ଘରେ ଘରେ ଅତି କମ୍‌ରେ ୪ରୁ ୫ଟି ମୋବାଇଲ ପାଇବେ ନିଶ୍ଚିନ୍ତ ।


ଫଳରେ ଛୋଟ ପିଲାମାନେ ଖେଳି କୁଦି ନିଜର ପିଲା ଦିନ କାଟିବା କଥା କିନ୍ତୁ ସେମାନେ ଘରେ ବସି ଫୋନରେ ଗେମ ଖେଳି ସମୟ ବିତାଉଛନ୍ତି । ଯାହା ତାଙ୍କ ଶାରୀରିକ ଓ ମାନସିକତା ଉପରେ କୁପ୍ରଭାବ ପକାଉଛି । ଖାସ୍ କରି ଛୋଟ ପିଲାମାନେ ମୋବାଇଲରେ ଅଧିକ ସମୟ ଅତିବାହିତ କରିବା ସହିତ ଗେମ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି । ଆଉ ଗେମ ଖେଳୁ ଖେଳୁ ଆକାଉଂଟରୁ ମୋଟା ରକମର ଟଙ୍କା କଟିଯାଉଛି ? ତାପରେ ବାପାଙ୍କୁ ଗଣିବାକୁ ପଡୁଛି ଲକ୍ଷାଧିକ ଟଙ୍କା । ଏମିତି ଏକ ଖବର ସାମ୍ନାକୁ ଆସିଛି ୟୁନାଇଟେଡ କିଙ୍ଗଡମରୁ ।


ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ୭ବର୍ଷର କୁନି ପୁଅଟିଏ ତା ବାପାଙ୍କ ଆଇଫୋନରେ ଡ୍ରାଗନ୍ସ : ରାଇଜ୍ ଅଫ୍ ବର୍କର ଫ୍ରି ଭର୍ସନ ଗେମ୍ ଖେଳୁଥିଲା । ଆଉ ସେ ଗେମ୍ ଖେଳିବା ସମୟରେ ୧୮୦୦ ଡଲାର ଅର୍ଥାତ ପାଖାପାଖି ୧ ଲକ୍ଷ ୩୦ ହଜାର ଟଙ୍କା ଆକାଉଂଟରୁ କଟିଯାଇଥିଲା । ଆପଣମାନେ ବି ଗେମ ଖେଳିବା ବେଳେ ଲକ୍ଷ୍ୟ କରିଥିବେ, ଗେମ ଖେଳିବା ସମୟରେ କିମ୍ବା ଇଂଟରନେଟ୍‌ରେ କିଛି ଭିଡିଓ ଦେଖିବା ସମୟରେ କିଛି ଆପ୍ କିଣିବା ପାଇଁ ବିଜ୍ଞାପନ ଆସିଥାଏ । ଆଉ ଛୋଟ ପିଲାମାନେ ସେଥିରେ ଓକେ ମାରିଦେବାରୁ ବ୍ୟକ୍ତିଙ୍କ ଆକାଉଂଟରୁ ଟଙ୍କା କଟିଯାଇଥାଏ । ଠିକ ଏହିଭଳି ହିଁ ପିଲାଟିର ବାପାଙ୍କ ଆକାଣ୍ଟରୁ ୧ ଲକ୍ଷ ୩୦ ହଜାର ଟଙ୍କା କଟିଯାଇଥିଲା ।

ପିଲାଟିର ବାପା ଓ ମା ଏହି ବିଷୟରେ ସେତେବେଳେ ଅବଗତ ହେଲେ ଯେତେବେଳେ ଟଙ୍କା କଟିବାର ବିଲ ତାଙ୍କୁ ୨୯ ଟି ଇମେଲ ମାଧ୍ୟମରେ ଆସିଥିଲା । ଏତେ ଟଙ୍କାର ବିଲ୍ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କୁ ନିଜ କାର୍ ବିକିବାକୁ ପଡିଛି । ସେ ବିଲ୍ ଭରିବା ପାଇଁ ନିଜର ଟୟୋଟା ଗାଡିକୁ ବିକ୍ରି କରିଦେଇଛନ୍ତି । ଏହି ଘଟଣା ନେଇ ସେ ଆପଲ୍ ଷ୍ଟୋରରେ ମଧ୍ୟ ଅଭିଯୋଗ କରିଛନ୍ତି । ଟେକନୋଲୋଜି ଆମକୁ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ ସତ । କିନ୍ତୁ ତାହାର ଦୁରପୋଯୋଗ କଲେ ଏହାର ପରିଣାମ ବି ଆମକୁ ହିଁ ଭୋଗିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *

Related Posts