- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ନବୀନଙ୍କୁ ଅନୁସରଣ କରୁଛି କେନ୍ଦ୍ର
ନବୀନଙ୍କୁ ଅନୁସରଣ କରୁଛି କେନ୍ଦ୍ର

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍): ବଦଳୁଥିବା ସମୟ ସହିତ ତାଳ ଦେଇ ବର୍ତ୍ତମାନ ସମାଜରେ ସବୁକିଛି ବଦଳୁଛି । ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ଲୋକହିତକାରୀ ଯୋଜନା ପ୍ରସ୍ତୁତ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାର ଅନେକ କାର୍ଯ୍ୟକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ବିଭିନ୍ନ ସମୟରେ ପ୍ରଶଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦେଶର ୧ନଂ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି କ୍ରମରେ ରାଜ୍ୟସରକାରଙ୍କ ଆଉ ଏକ କାର୍ଯ୍ୟକ୍ରମକୁ ଅନୁସରଣ କରିଛନ୍ତି କେନ୍ଦ୍ର ସରକାର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦିଆଯାଉଥିବା ସ୍ମାର୍ଟ ହେଲଥ୍ କାର୍ଡ ଢାଞ୍ଚାରେ ଏବେ କେନ୍ଦ୍ର ବାଣ୍ଟିବାକୁ ଯାଉଛି ଡିଜିଟାଲ ହେଲଥ କାର୍ଡ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଜୁ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଣ୍ଟାଯାଉଛି। ଯାହାର ଶୁଭାରମ୍ଭ ପ୍ରଥମେ ମାଲକାନଗିରି ଜିଲ୍ଲାରୁ କରାଯାଇଥିଲା। ଏହାପରେ ସୁନ୍ଦରଗଡ଼ ଓ ଏବେ ବଲାଙ୍ଗୀର ଜିଲ୍ଲାରେ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହିସବୁ ଜିଲ୍ଲା ଗସ୍ତ କରି ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରିଛନ୍ତି।
ଏହି ସ୍ମାର୍ଟ ହେଲଥ୍ କାର୍ଡର ଲକ୍ଷ୍ୟ ହେଉଛି, ପ୍ରତ୍ୟେକ ଓଡ଼ିଆ ପରିବାର ଏହି କାର୍ଡ ଜରିଆରେ ଦେଶର ଦୁଇ ଶହ ବଡ ବଡ ହସ୍ପିଟାଲରେ ବିନା ମୂଲ୍ୟରେ ଚିକିତ୍ସା ପାଇପାରିବେ। ପ୍ରତି ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଋାଜ୍ୟସରକାରଙ୍କ ଏହି ଯୋଜନା ପରେ ,କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର ପ୍ରୟାସ ଆରମ୍ଭ କରିଛି।
ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବିଶେଷ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ଭଳି ହିତାଧିକାରୀଙ୍କ ଆଧାର ଓ ଫୋନ ନମ୍ବର ବି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଡିଜିଟାଲ ହେଲଥ୍ କାର୍ଡରେ ରହିବ। ଏଥିସହ ଜାତୀୟ ଡିଜିଟାଲ ହେଲଥ୍ ମିଶନ ଅଧୀନରେ ହିତାଧିକାରୀଙ୍କୁ ହେଲଥ୍ କାର୍ଡ ଦିଆଯିବ। ଏହିଭଳି ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡର ଅନେକ ସୁବିଧାକୁ ମଡେଲ ଭାବେ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୧୪ଟିକିଆ ନମ୍ବର ବିଶିଷ୍ଟ ଏହି କାର୍ଡ ପାଇବା ପାଇଁ ହିତାଧିକାରୀଙ୍କୁ ଏନଡିଏଚ୍ଏମ୍ ମୋବାଇଲ ଆପ୍ ଡାଉନଲୋଡ କରିବାକୁ ପଡ଼ିବ।